ଜୁନ ୨ରେ ସିଭିଲ ସେବା ପରୀକ୍ଷା ଦେବା ପୂର୍ବରୁ ପଢନ୍ତୁ ୟୁପିଏସସି ଦ୍ବାରା ଜାରି କରାଯାଇଥିବା ଏହି ମହତ୍ୱପୂର୍ଣ୍ଣ ତଥ୍ୟ

ସଂଘ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ୨ ଜୁନରେ ହେବାକୁ ଯାଉଥିବା ସିଭିଲ ସେବା ପରୀକ୍ଷାରେ ଯୋଗ ଦେଉଥିବା ପରୀକ୍ଷାର୍ଥିମାନଙ୍କୁ ତାଙ୍କର ଇ-ଆଡମିଟ୍ କାର୍ଡକୁ ଦାୟିତ୍ବରେ ରଖିବା ପାଇଁ ଉପଦେଶ ଦେଇଛନ୍ତି। କମିଶନରଙ୍କ କହିବା ଅନୁଯାୟୀ ଯଦି କୌଣସି ପରୀକ୍ଷାର୍ଥିଙ୍କ ଇ- ପ୍ରବେଶ ପତ୍ରର ଦୁରୂପଯୋଗ ହୋଇଥାଏ, ତେବେ ଏହି ଘଟଣାରେ ର୍ନିଦୋଷ ସାବ୍ୟସ୍ତ ହେବା ପାଇଁ ଆଡମିଟ୍ କାର୍ଡ ଯେଉଁ ପରୀକ୍ଷାର୍ଥିଙ୍କର ହୋଇଥିବ ସେ ନିଜେ ଏହାର ଦାୟିତ୍ବ ବହନ କରିବେ।

candidateଆଇଏଏସ ଏବଂ ଆଇପିଏସର ଏହି ପ୍ରତିଷ୍ଠିତ ପରୀକ୍ଷା ପାଇଁ କଣ କରାଯିବ, ବା କଣ ନ କରାଯିବ ସମ୍ବର୍ନ୍ଧିତ ନିର୍ଦେଶ ଜାରି କରିବା ସହ ୟୁପିଏସସି ଆଶା ରଖିଥିବା ପାର୍ଥିମାନଙ୍କୁ କହିଛନ୍ତି ଏହାର ଶେଷ ସୂଚନା ଆସିବା ପର୍ଯ୍ୟନ୍ତ ନିଜର ଆଡମିଟ କାର୍ଡ ଦାୟିତ୍ବ.ରେ ରଖିବା ପାଇଁ ଉପ.ଦେଶ ଦେଇଛନ୍ତି।

upsc-ଆଶା ରଖିଥିବା ପରୀକ୍ଷାର୍ଥିମାନଙ୍କୁ ପରୀକ୍ଷା ପାଇଁ ନିଜର ମୂଳ ପ୍ରମାଣ ପତ୍ର ସହ ଇ-ଆଡମିଟ୍ କାର୍ଡର ପ୍ରିଣ୍ଟ ଆଉଟ ଆଣିବା ପାଇଁ କୁହାଯାଇଛି। ସିଭିଲ ସେବାର ପ୍ରଥମ ପରୀକ୍ଷା ପୁରା ଦେଶରେ ରବିବାର ଦିନ କରାଯିବ। ଏହି ପରୀକ୍ଷା ପ୍ରାରମ୍ଭିକ, ମେନ୍ ଏବଂ ସାକ୍ଷାତକାର ଭଳି ତିନୋଟି ପର୍ଯାୟରେ ସମ୍ପୂର୍ଣ୍ଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.