ଦୈନିକ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର, ୩ଟି ପାସେଞ୍ଜର ଟ୍ରେନ ବଦଳରେ ଚଳାଚଳ କରିବ ମେମୁ ଟ୍ରେନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ଓ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ପାସେଞ୍ଜର ଟ୍ରେନ ବଦଳରେ ଚଳାଚଳ କରିବ ମେମୁ ଟ୍ରେନ୍‌ । ଚଳିତ ସପ୍ତାହରୁ ଲୋକାଲ ଟ୍ରେନ୍‌ ବଦଳରେ ତିନିଟି ପାସେଞ୍ଜର ଟ୍ରେନ ଚଳାଚଳ କରିବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏଗୁଡ଼ିକ ହେଲା ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ଓ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର । ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି I
ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ମେମୁ ଟ୍ରେନ୍‌ ଭୁବନେଶ୍ୱର ଠାରୁ ଆସନ୍ତା ୨୦ ତାରିଖରୁ ଏବଂ ଭଦ୍ରକରୁ ୨୧ ତାରିଖରୁ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ଦିଗରୁ ଏବଂ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ମେମୁ ଭୁବନେଶ୍ୱର ଠାରୁ ଆସନ୍ତା ୨୧ ତାରିଖରୁ ଚଳାଚଳ କରିବ । ସେହିପରି ପଲାସା ଠାରୁ ଚଳିତ ମାସ ୨୨ ତାରିଖରୁ ବର୍ତ୍ତମାନ ଚାଲୁଥିବା ଲୋକାଲ ଟ୍ରେନ ବଦଳରେ ମେମୁ ଟ୍ରେନ୍‌ ଚଳାଚଳ କରିବ I
ମେମୁ ଟ୍ରେନ୍‌ଗୁଡିକର ରକ୍ଷଣା ବେକ୍ଷଣ ବେଳେ ଦୈନିକ ଯାତ୍ରୀମାନଙ୍କର ସୁବିଧା ପାଇଁ ପୂର୍ବ ପ୍ରଚଳିତ ଲୋକାଲ ଟ୍ରେନ ଚାଲିବ । ଏହି ମେମୁ ଟ୍ରେନ ପୂର୍ବରୁ ଚଳାଚଳ କରୁଥିବା ଲୋକାଲ ପାସେଞ୍ଜର ଟ୍ରେନ ସମୟ ଅନୁଯାୟୀ ଯାତ୍ରା କରିବ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.