ଭୁବନେଶ୍ବର: ଜୀବନ ବଞ୍ଚାଇ ଫେରିଲେ ଡ୍ରେନ୍ରେ ଭାସିଯାଇଥିବା ତିନି ଯୁବକ, ବଖାଣିଲେ ୩୦ ମିନିଟ୍ ସଂଘର୍ଷର କାହାଣୀ
ଭୁବନେଶ୍ବର: ଜୀବନ ବଞ୍ଚାଇ ଫେରିଲେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଅଞ୍ଚଳରେ ଡ୍ରେନ୍ରେ ଆସିଯାଇଥିବା ତିନି ଯୁବକ । ତିନି ଜଣ ଯୁବକ ହେଉଛନ୍ତି ବି-ଟେକ୍ ଛାତ୍ର । ଜୀବନ ବଞ୍ଚାଇବେ ପରେ କଳିଙ୍ଗ ଟିଭିରେ ଆଗରେ କହିଛନ୍ତି, କିପରି ଜୀବନ ବଞ୍ଚାଇବା ପାଇଁ କରିଥିଲେ ସଂଘର୍ଷ ? କିପରି ଥିଲା ପ୍ରବଳ ବର୍ଷା ବେଳେ ସେହି ତିରିଶ ମିନିଟ୍ର ସଂଘର୍ଷ ? କିପରି ପାଇଲେ ନୂଆ ଜୀବନ ? ଗତକାଲି ଗଣେଶ ପୂଜା ଥିବାରୁ, ମଣ୍ଡପ ବୁଲିବା ପାଇଁ ତିନି ଜଣ ସାଙ୍ଗ ବାଇକ୍ରେ ବାହାରିଥିଲେ । ମଣ୍ଡପ ବୁଲି ଫେରିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । ଆଚାର୍ଯ୍ୟ ବିହାର ପହଞ୍ଚିବା ବେଳକୁ ରାସ୍ତାରେ ପାଣି ଚାଲୁଥିବା ଦେଖିଥିଲେ । ହେଲେ ଏତେ ଜୋରରେ ବର୍ଷା ହେଉଥିଲା ଯେ, ତିନି ଜଣ ଯୁବକ ନଅଟକି ଆଗକୁ ଯାଇଥିଲେ । ହେଲେ ରାସ୍ତାରେ ଚାଲୁଥିବା ପାଣିର ସ୍ରୋତ ଗାଡ଼ି ସହ ସେମାନଙ୍କୁ ଭସାଇ ନେଇଥିଲା । କିଛି ଦୂର ଭାସିଯିବା ପରେ ଏକ କାନ୍ଥ ଦେଖିବାକୁ ପାଇଥିଲେ । କାନ୍ଥକୁ ସାହାରା କରି ଏମାନେ ସମସ୍ତେ ବାହାରକୁ ବାହାରିଥିଲେ ।