ମହାବଳ ବାଘକୁ ମିଳିବ ବାନ୍ଧବୀ

tigerଭୁବନେଶ୍ବର: ମଧ୍ୟପ୍ରଦେଶ ବାନ୍ଧଗଡ଼ରୁ ଆସୁଛି ବାନ୍ଧବୀ। କାହ୍ନା ଉଦ୍ଯାନର ମହାବଳକୁ ମିଳିବ ସାଥୀ। ବାନ୍ଧବଗଡ଼ ଜାତୀୟ ଉଦ୍ୟାନରୁ ୨ବର୍ଷ ୨ ମାସର ଏକ ବାଘୁଣୀକୁ ସ୍ୱତନ୍ତ୍ର ଗାଡିରେ ଓଡ଼ିଶା ଅଣାଯାଉଛି। ସାତକୋଶିଆରୁ ଏକ ଟିମ୍‌  ସେଠାକୁ ଯାଇ ମାଇ ବାଘକୁ ଧରି ଫେରୁଛନ୍ତି। ଆଜି ବାଘୁଣୀଟି ସାତକୋଶିଆରେ ପହଞ୍ଚିବ। ସୂଚନା ଅନୁଯାୟୀ ସାତକୋଶିଆରେ ବାଘ ବଂଶ ବୃଦ୍ଧି ଲାଗି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ନ୍ୟାସନାଲ ଟାଇଗର କଞ୍ଜରଭେସନ୍‌  ଅଥରିଟି ଏବଂ ୱାଇଲ‌ଡଲାଇଫ୍‌  ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌  ଇଣ୍ଡିଆ ମିଳିତ ଭାବେ ରିଇଣ୍ଟୋ୍ରଡକ୍ସନ ପ୍ରକଳ୍ପ ହାତକୁ ନେଇଛନ୍ତି।

kanha udyanଏହି ପ୍ରକଳ୍ପ ଜରିଆରେ ୬ଟି ବାଘ ସାତକୋସିଆକୁ ଅଣାଯିବ। ଗତ ୨୦ ତାରିଖରେ କାହ୍ନା ଜାତୀୟ ଉଦ୍ୟାନରୁ ମହାବଳ ବାଘକୁ ଅଣାଯାଇଥିଲା। ବର୍ତ୍ତମାନ ବାଘଟି ସାତକୋଶିଆ ପରିବେଶ ସହ ଖାପ ଖୁଆଇବା ସହ ଶୀକାର କରୁଛି। ବାଘୁଣୀ ଆସିବା ପରେ ଦୁଇଟି ଯାକ ବାଘ ଓ ବାଘୁଣୀ ଏନ୍‌କ୍ଲୋଜରରେ ଖାପ ଖୁଆଇବା ପରେ ଅନ୍ୟ ୪ଟି ବାଘ ଅଣାଯିବ ।

Leave A Reply

Your email address will not be published.