ଗ୍ୟାଙ୍ଗଷ୍ଟର ଟିଟୋର ଆଜି ୫ ଦିନିଆ ରିମାଣ୍ଡ ଅବଧି ଶେଷ

titooଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋର ଆଜି ୫ ଦିନିଆ ରିମାଣ୍ଡ ଅବଧି ସରୁଛି। ଆସନ୍ତାକାଲି ତାକୁ କୋର୍ଟରେ ହାଜର କରାଯିବ। ଟିଟୋର ପେଟ୍ରୋଲ ପମ୍ପ ଓ ଅନ୍ୟାନ୍ୟ ବ୍ୟବସାୟ ସମ୍ପର୍କରେ ଜୋରଦାର ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଟେଣ୍ଡର ଫିକ୍ସିଂ ସମେତ ବିଭିନ୍ନ ମାମଲାରେ ତାକୁ ଜେରା କରାଯାଉଛି। ଅଧିକ ତଥ୍ୟ ହାସଲ ପରେ ପୁଣି ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ଏସଟିଏଫ।

ଟିଟୋର ବ୍ୟାଙ୍କ ଆକାଉଣ୍ଟ ସିଜ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ବ୍ୟାଙ୍କକୁ ଚିଠି ଲେଖାଯାଇଛି। ଗତ ଶନିବାର ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ କ୍ରାଇମ୍‌ବ୍ରାଞ୍ଚ୍ ଏସଟିଏଫର ଏନକାଉଣ୍ଟରରେ ଟିଟୋ ଆହତ ହୋଇଥିଲା। ଟିଟୋର ୬ ଜଣ ସହଯୋଗୀଙ୍କୁ ବି ପୋଲିସ ଗିରଫ କରିଛି। ଟିଟୋ ନାଁରେ ଟେଣ୍ଡର ଫିକ୍ସିଂ, ହତ୍ୟା, ଦାଦାବଟି ଆଦାୟ, ଅପହରଣ ଓ ଗୁଳିକାଣ୍ଡ ଭଳି ୪୦ରୁ ଅଧିକ ସଙ୍ଗିନ ଅଭିଯୋଗ ରହିଛି।

ସେପଟେ ଟିଟୋର ମୁଖ୍ୟ ସହଯୋଗୀ ଏସ୍. କେ ଚାନୋକୁ ୫ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରୁଛି ଏସଟିଏଫ୍। ଟିଟୋର ବ୍ୟାବସାୟିକ କାରବାର ଠାରୁ ଆରମ୍ଭ କରି ବେଆଇନ୍ ଅର୍ଥ କାରବାର ସବୁ କିଛି ବୁଝୁଥିଲା ଚାନୋ। ଚାନୋ ନିକଟରୁ ତଥ୍ୟ ଉଗାଳିବାକୁ ଚେଷ୍ଟା ଚଳାଇଛି ଏସଟିଏଫ୍।

You might also like