ଆଜି ଓ କାଲି ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌, ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ବନ୍ଦ ରହିବ ସବୁ ଦୋକାନ ବଜାର

ଭୁବନେଶ୍ବର: ଆଜି ସପ୍ତାହାନ୍ତ ସଟଡାଉନ୍‌ । ସାରା ରାଜ୍ୟରେ ଲକଡାଉନ୍‌ ଜାରି ରହିଥିବାବେଳେ ଶନି ଓ ରବିବାର ସପ୍ତାହାନ୍ତ ସଟଡାଉନ୍‌ । ଅନ୍ୟ ଦିନ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପରିବା ଦୋକାନ, ଗ୍ରୋସୋରୀ ସପ୍‌ ଓ ଆମିଷ ବଜାର ଖୋଲାଥିବା ବେଳେ ଏସବୁ ଦୁଇଦିନ ବନ୍ଦ ରହିବ । ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌ । ଆଜି ଓ କାଲି ଦୁଇ ଦିନ ବନ୍ଦ ।

ସଟଡାଉନ୍‌ ବେଳେ ଜାରି ରହିବ ଅତ୍ୟାବଶ୍ୟକ ସେବା । ହସ୍ପିଟାଲ, କ୍ଲିନିକ୍‌, ନର୍ସିଂ ହୋମ୍‌ ଓ ମେଡିସିନ୍‌ ଷ୍ଟୋର ଖୋଲା ରହିବ । ସଟଡାଉନରୁ ଆମ୍ବୁଲାନ୍‌ସ ସେବା, ପୋଲିସ ଓ ଫାୟାର ସର୍ଭିସ୍‌କୁ ବାଦ ଦିଆଯାଇଛି । ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ ଉପରେ କଟକଣା ନାହିଁ । ଜାରି ରହିବ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ବିତରଣ ଓ ମାଲ ପରିବହନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.