ଆଜି ବି କମ୍ପିବ ଗୃହ ! ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ସରଗରମ ହେବ ବିଧାନସଭା

ବିଧାନସଭା ମୌସମୀ ଅଧିବେଶନର ଆଜି ତୃତୀୟ ଦିନ । ବିଭିନ୍ନ ପ୍ରସଙ୍ଗରେ ଆଜି ବି ଗୃହ ସରଗରମ ହେବା ସମ୍ଭାବନା ରହିଛି । ଗତକାଲି ଧୋଇ ଯାଇଥିଲା ପ୍ରଶ୍ନକାଳ । ବିଜେପି ସଦସ୍ୟଙ୍କ ପ୍ରବଳ ହୋହଲ୍ଲା ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭା ମୌସମୀ ଅଧିବେଶନର ଆଜି ତୃତୀୟ ଦିନ । ବିଭିନ୍ନ ପ୍ରସଙ୍ଗରେ ଆଜି ବି ଗୃହ ସରଗରମ ହେବା ସମ୍ଭାବନା ରହିଛି । ଗତକାଲି ଧୋଇ ଯାଇଥିଲା ପ୍ରଶ୍ନକାଳ । ବିଜେପି ସଦସ୍ୟଙ୍କ ପ୍ରବଳ ହୋହଲ୍ଲା ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିଥିଲେ । ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ୍ ତଳେ ପ୍ରବଳ ନାରାବାଜି କରିଥିଲେ । ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିଧାୟକମାନେ ପଚାରିଥିବା ପ୍ରଶ୍ନକୁ ଖାରଜ କରିବା ଓ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ସେମାନେ ପ୍ରତିବାଦ କରିଥିଲେ।

ଅନ୍ୟପଟେ ବିଜେଡି ସଦସ୍ୟମାନେ ୫୫ ନମ୍ବର ଜାତୀୟ ରାଜପଥ ବିପର୍ଯ୍ୟସ୍ତ ସ୍ଥିତି ଓ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇଥିଲେ । ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧରେ ନାରା ଦେଇଥିଲେ ବିଜେଡି ବିଧାୟକ ।

ସେହିପରି ଗୃହ ଭିତରେ ଓ ବାହାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଭର୍ତ୍ସନା କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହରେ ସ୍ଥିତି ସ୍ୱାଭାବିକ ହୋଇପାରିନଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ବିଫଳ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.