ରାଉରକେଲା-କୋରାପୁଟ-ଜଗଦଲପୁରକୁ ଟ୍ରେନ୍‌ ଚଳାଚଳ ଆରମ୍ଭ

କୋରାପୁଟ: କୋରାପୁଟକୁ ଚଳାଚଳ କଲା ଟ୍ରେନ୍‌। ରାଉରକେଲା-କୋରାପୁଟ-ଜଗଦଲପୁରକୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଦୀର୍ଘ ମାସ ପରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଗତକାଲି ରାଉରକେଲାରୁ ଛାଡ଼ିଥିବା ଏକ୍ସପ୍ରେସ ଟ୍ରେନ୍‌ଟି କୋରାପୁଟ ଷ୍ଟେସନରେ ସକାଳ ୭ଟାରେ ପହଁଞ୍ଚିଥିଲା।

ଏହି ଟ୍ରେନ୍‌ରୁ ପ୍ରାୟ ୭୦ ଜଣ ଯାତ୍ରୀ ଓହ୍ଲାଇଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି ଷ୍ଟେସନରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟ୍ରେନ ଚାଲିବାରୁ ଯାତାୟାତରେ ସୁବିଧା ହେବ ବୋଲି ଯାତ୍ରୀମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.