ଭାରତୀୟ ସେନାରେ କାର୍ଯ୍ୟରତ ଯବାନଙ୍କ ନିଆରା ପ୍ରୟାସ: ବିନା ମୂଲ୍ଯରେ ନିଜ ଅଞ୍ଚଳର ପିଲାମାନଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ

ସାଲେପୁର(କେନ୍ଯୁଜ୍): ସେ ଧନୀ ହେଉ ବା ଗରିବ, ଯଦି ସେବା କରିବାର ମନୋଭାବ ରହିଛି ତେବେ ଯେକୌଣସି ଉପାୟରେ ସେ ଲୋକଙ୍କୁ ସେବା ଯୋଗାଇଥାଏ। ଏମିତି ଜଣେ ମଣିଷ ହେଉଛନ୍ତି ଅଚୁତାନନ୍ଦ ବେହେରା।

କଟକ କିଶୋର ନଗର ଖେଳ ପଡିଆରେ ପ୍ରତିଦିନ ପୁଅ ଠାରୁ ଝିଅ ପର୍ଯ୍ୟନ୍ତ ସଭିଏଁ ଏକାଠି ହୋଇ ତାଲିମ ନେଇଥାନ୍ତି। ସମସ୍ତଙ୍କର ଇଛା ଯବାନ ହେବେ । ସେଇ ଲକ୍ଷରେ ସକାଳ ୫ ରୁ ୮ ପର୍ଯ୍ୟନ୍ତ ଏକାଠି ହୋଇ ଏମାନେ ଏଠାରେ ନେଇଥାନ୍ତି ପ୍ରଶିକ୍ଷଣ। ଯେଉଁ ସମୟରେ ଅନେକ ପିଲା ସମୟକୁ ଦୁରୁପଯୋଗ କାରିଥାନ୍ତି । ଏମାନେ କିନ୍ତୁ ଏଠି ଦେଶ ମାତୃକା ସେବା ପାଈଁ ଏକାଠି ହୋଇ ନେଉଛନ୍ତି ବିଭିନ୍ନ ପ୍ରକାର ତାଲିମ ଓ ପ୍ରଶିକ୍ଷଣ ।

ଆଉ ଏହାର ନେତୃତ୍ୱ ନେଉଛନ୍ତି ଭାରତୀୟ ସେନାରେ କାର୍ଯ୍ୟରତ ସେନାର ଜଣେ ଯବାନ । ଏ ଆଜିର କଥା ନୁହେଁ ବରଂ ଦୀର୍ଘ ୧୨ ବର୍ଷ ଧରି ନିଜ ଅଞ୍ଚଳର ପିଲା ମାନଙ୍କୁ ବିନା ମୂଲ୍ୟରେ ଦେଇ ଆସୁଛନ୍ତି ପ୍ରଶିକ୍ଷଣ ତଥା ସେନା ବାହିନୀ ରେ କାର୍ଯ୍ୟରତଥିବା ଯବାନ ଅଚୁତା ନନ୍ଦ ବେହେରା । ଆଉ ପିଲା ମାନେ ମଧ୍ଯ ବେସ୍ ଖୁସିରେ ତାଙ୍କଠାରୁ ନେଉଛନ୍ତି ପ୍ରଶିକ୍ଷଣ। ଅଚୁତା ନନ୍ଦ ଛୁଟିରେ ଘରକୁ ଆସିଲେ ଅଞ୍ଚଳର ପିଲା ମାନକୁ ଏକାଠି କରି ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ପାଇ ପ୍ରଶିକ୍ଷଣ ଦିଅନ୍ତି ।

jawan trainingମାଟି ମା ର ସେବା ଲକ୍ଷ ନେଇ ପ୍ରାୟ ୫୦ ରୁ ଉର୍ଧ ପିଲା ପାଠ ପଢା ସହିତ ସକାଳ ଓ ସଂଧ୍ୟାରେ ଏହି ପଡିଆରେ କରିଛନ୍ତି ବିଭିନ୍ନ ପ୍ରକାର ଅଭ୍ୟସ। ଆଉ ସେନାରେ ଯୋଗ ଦେବା ପାଇଁ ମନରେ ଅନେକ ଆଶା ଏମାନଙ୍କର। ନିଜ ଅଞ୍ଚଳ ପିଲା ମାନେ କିଭଳି ସେନାରେ ଯୋଗ ଦେବେ ସେଥି ପାଇଁ ପ୍ରାଣ ପଣେ ଉଦ୍ୟମ ଜାରି ରଖିଛନ୍ତି ଅଚୁତା ନନ୍ଦ । ପୋଷାକ ଠାରୁ ଆରମ୍ଭ କରି ସରଞ୍ଜାମ ପର୍ଯ୍ୟନ୍ତ ସବୁ କିଛି ଅଚୁତା ନନ୍ଦ ଯୋଗାଇ ଥାନ୍ତି । କାର୍ଯ୍ୟ କ୍ଷେତ୍ରରେ ଥିଲେ ମଧ୍ୟ ଫୋନ ଯୋଗେ ସେ ଛାତ୍ର ଛାତ୍ରୀଙ୍କୁ
ତାଲିମ ଦେଇଥାନ୍ତି ।

ସତରେ ଅଚୁତାନନ୍ଦଙ୍କ ଏଭଳି ପ୍ରୟାସ ଏ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ନିଶ୍ଚିନ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.