ବାଘ ଆତଙ୍କ ଉପରୁ ଉଠିଲା ପରଦା, ଟ୍ରାପ କ୍ୟାମେରାରୁ ମିଳିଲା ମହାବଳର ସନ୍ଧାନ

ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ବାଘ ଆତଙ୍କ ଉପରୁ ଉଠିଲା ପରଦା । ଟ୍ରାପ କ୍ୟାମେରାରୁ ମିଳିଲା ବାଘର ସନ୍ଧାନ । ବନବିଭାଗ ଲଗାଇଥିବା ୫ ଟି କ୍ୟାମେରାରୁ ୨ଟି କ୍ୟାମେରାରେ ଉଠିଥିବା ଫଟୋରୁ ସ୍ପଷ୍ଟ ହୋଇଛି ଯେ, ଏହାଏକ ମହାବାଳ ବାଘ । ବାଘର ଉଚ୍ଚତା ପ୍ରାୟ ୫ ଫୁଟ ଆଉ ଲମ୍ବ ୭ ଫୁଟ ଥିବା ସୂଚନା ।

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ବାଘ ଆତଙ୍କ ଉପରୁ ଉଠିଲା ପରଦା । ଟ୍ରାପ କ୍ୟାମେରାରୁ ମିଳିଲା ବାଘର ସନ୍ଧାନ । ବନବିଭାଗ ଲଗାଇଥିବା ୫ ଟି କ୍ୟାମେରାରୁ ୨ଟି କ୍ୟାମେରାରେ ଉଠିଥିବା ଫଟୋରୁ ସ୍ପଷ୍ଟ ହୋଇଛି ଯେ, ଏହାଏକ ମହାବଳ ବାଘ । ବାଘର ଉଚ୍ଚତା ପ୍ରାୟ ୫ ଫୁଟ ଆଉ ଲମ୍ବ ୭ ଫୁଟ ଥିବା ସୂଚନା । ବାଘର ଫୋଟ ଗୁପ୍ତ ରଖିଛି ବନବିଭାଗ । ବାଘ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ପାଇଁ ଗଠନ ହେବ ୫ ଟି ସ୍ବତନ୍ତ୍ର ଟିମ୍ ।

ସେପଟେ ୨ ଦିନ ହେବ ୫୦ରୁ ଅଧିକ ଗାଁରେ ଡାକବାଜି ଯନ୍ତ୍ର ସହାୟତାରେ ଗୃହପାଳିତ ପଶୁଙ୍କୁ ଗୁହାଳ ଭିତରେ ସୁରକ୍ଷିତ ରଖିବା ସହ ରାତିରେ ବାହାରକୁ ନଯିବାକୁ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ। ନାରାୟଣପୁର ବନାଞ୍ଚଳ କର୍ମଚାରୀ, ମହେନ୍ଦ୍ର ବନାଞ୍ଚଳ କର୍ମଚାରୀ ଓ ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.