Below header

ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେର ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା

ତାଳଚେର(କେନ୍ୟୁଜ୍): ଆଜିଠୁ ଗଡୁନି ଟ୍ରକ । ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେର ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା । ଟ୍ରକ ଭଡ଼ା ବୃଦ୍ଧି ନେଇ ଧର୍ମଘଟ କରାଯାଉଛି । ଫଳରେ ୭ ହଜାର ଟ୍ରକ ଚଳଚଳ ବନ୍ଦ ହୋଇଯାଇଛି । ତାଳଚେର କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନ ମଧ୍ୟ ଠପ୍‌ ରହିଛି । ଫଳରେ NALCO, NTPC ଓ ଜିନ୍ଦଲ ପ୍ଲାଣ୍ଟ ଗୁଡିକରେ କୋଇଲା ଅଭାବ ଦେଖାଦେବା ସମ୍ଭାବନା ଦେଖାଦେଇଛି । ଧର୍ମଘଟରେ ପ୍ରାୟ ୭ ହଜାର ଟ୍ରକ ସାମିଲ ହୋଇଛି । ବାହାର ଜିଲ୍ଲାର ମଧ୍ୟ ଟ୍ରକ ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭଡା ବୃଦ୍ଧି ନେଇ ବାରମ୍ବାର ପ୍ରଶାସନ ଓ ପ୍ଲାଣ୍ଟ ଗୁଡିକୁ ଜଣାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଫଳରେ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.