Below header

ଖୁସି ଖବର : ଆଜିଠୁ ୧୦୦ ଟଙ୍କା ଶସ୍ତା ହେଲା ଗ୍ୟାସ୍‌ ସିଲିଣ୍ଡର

ବିନା ସବସିଡି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ପ୍ରତି ୧୦୦.୫୦ ଟଙ୍କା ଶସ୍ତା ହୋଇଛି। ଜୁଲାଇ ୧ରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପ୍ରତି ୬୩୭ ଟଙ୍କାରେ ଉପଲବ୍ଧ ହେବ। ତେଲ କମ୍ପାନୀ ଏହାର ସୂଚନା ଦେଇଛନ୍ତି। ବିନା ସବସିଡିଯୁକ୍ତ ସିଲିଣ୍ଡର ଘରୋଇ ଉପଭୋକ୍ତାଙ୍କ ପାଇଁ ଜୁଲାଇ ୧ରୁ ୭୩୭.୫୦ ଟଙ୍କା ସ୍ଥାନରେ ୬୩୭ ଟଙ୍କା ଦେବାକୁ ପଡ଼ିବ।

ସାର୍ବଜନିକ କ୍ଷେତ୍ରର କଂପାନୀ ଇଣ୍ଡିଆନ୍‌ ଅଏଲ କର୍ପୋରେଶନ ରବିବାର ବିଜ୍ଞପ୍ତି ଜାରି କରି
ଏହାର ସୂଚନା ଦେଇଇଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ଏବଂ ଡଲାର-ଟଙ୍କା ବିନିମୟ ଦରରେ ଆୟ ପରିବର୍ତ୍ତନ ପରେ ଏଲପିଜି ସିଲିଣ୍ଡର(୧୪.୨ କିଲୋ) ଦର ହ୍ରାସ କରାଯାଇଛି। ନୂଆ ଦର ଆଜିଠାରୁ ପ୍ରଭାବିତ ହେବ।

ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ଉପଭୋକ୍ତାଙ୍କୁ ରିଫିଲ ନେବା ସମୟରେ ବଜାର ମୂଲ୍ୟ ହିସାବରେ ଟଙ୍କା ଦେବାକୁ ହୋଇଥାଏ । ଏହା ପରେ ସବସିଡି ରାଶି ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାରେ ଦିଆଯାଇଥାଏ। ଉପଭୋକ୍ତାଙ୍କୁ ଏକ ବର୍ଷରେ ୧୨ ସବସିଡି ସିଲିଣ୍ଡର ମିଳିଥାଏ । ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ ପରେ ଉପଭୋକ୍ତାଙ୍କୁ ୧୪୨.୬୫ ଟଙ୍କା ପ୍ରତି ସିଲିଣ୍ଡର ସବସିଡି ରାଶି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.