ସୁନ୍ଦରଗଡ଼ରେ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣା: ଶାଶୁ ସହ ଅନୈତିକ ସମ୍ପର୍କ ପାଇଁ ହାଣିଥିଲା ଜ୍ୱାଇଁ, ୨ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ଅନୈତିକ ସମ୍ପର୍କ ପାଇଁ ହତ୍ୟା। ଶାଶୁ ସହ ଅନୈତିକ ସମ୍ପର୍କ ପାଇଁ ହାଣିଲା ଜ୍ୱାଇଁ। ସୁନ୍ଦରଗଡ଼ କିରେଇ ଗ୍ରାମପଞ୍ଚାୟତର ଗାଁ ସାଥୀ ରମେଶ ସିଂଙ୍କୁ ନିର୍ମମ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ। ଗିରଫ ୨ ଅଭିଯୁକ୍ତ ଶାଶୁ ଓ ଜ୍ୱାଇଁ।

ଅଭିଯୋଗ ଅନୁଯାୟୀ ମୃତ ରମେଶ ସେହି ଗାଁର ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏଥିପାଇଁ ମହିଳାଙ୍କ ଜ୍ୱାଇଁ ଅନେକ ଥର ରମେଶଙ୍କୁ ବାରଣ କରିଥିଲେ। ତେବେ ରମେଶ ନମାନିବାରୁ ପୂର୍ବ ଯୋଜନା ମୁତାବକ ମହିଳା ଜଣକ ତାଙ୍କୁ ଘରକୁ ଡାକିଥିଲେ। ସେଠାରେ ମଦ ପିଆଇବା ପରେ ଶାଶୁ ଓ ଜ୍ୱାଇଁ ମିଶି ହତ୍ୟା କରିବା ପରେ ହାତ, ଗୋଡ ଓ ମୁଣ୍ଡକୁ ଅଲଗା କାଟି ଫିଙ୍ଗିଦେଇଥିଲେ।

ଗତ ୧୩ ତାରିଖରେ ରମେଶ ନିଖଜୋ ହେବା ପରେ ୧୪ ତାରିଖରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ତେବେ ଏହି ହତ୍ୟା ମାମଲାରେ ଆଉ କାହାରି ସଂପୃକ୍ତି ନେଇ ମଧ୍ୟ ତଦନ୍ତ ଚାଲିଥିବା ସୁନ୍ଦରଗଡ଼ ଏସ୍‌ପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.