ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ଦୁଇ ଭାଇ

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦୁଇ ଯୁବକ ଗିରଫ । ଗଞ୍ଜାମ ତାରାସିଂ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ବଦାଙ୍ଗି ଗାଁର ରଞ୍ଜିତ ସାହୁ ଓ ସାଗର ସାହୁ । ଦୁଇ ଅଭିଯୁକ୍ତ ସଂପର୍କୀୟ ଦୁଇ ଭାଇ ବୋଲି ଜଣାପଡ଼ିଛି ।
ସାଗର ସାହୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସଂପର୍କ ରଖିଥିଲା । ରଞ୍ଜିତ ସାହୁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲା । ଗିରଫ ପରେ ଉଭୟ ଜେଲ ଯାଇଛନ୍ତି । ଡାକ୍ତରୀ ମାଇନା ପରେ ସଂପୃକ୍ତ ଯୁବତୀଙ୍କୁ ବ୍ରହ୍ମପୁର ସ୍ୱଧାର ଗୃହକୁ ପଠାଯାଇଥିବା ତାରାସିଂ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।