ଜେଇଇ ମେନ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନ, କୋଭିଡ୍‌ ସ୍ଥିତିକୁ ଦେଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଜେଇଇ ମେନ୍‌ ପରୀକ୍ଷାର ଆଜି ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଗତକାଲିଠୁ ଆରମ୍ଭ ହୋଇଛି ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୭ଟି ସହରର ୨୬ଟି ସେଣ୍ଟର କରାଯାଇଛି । ଦୁଇଟି ସିଫ୍‌ଟି ପରୀକ୍ଷା ହେଉଛି । କୋଭିଡ୍‌ ସ୍ଥିତିକୁ ଦେଖି ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଇବା ସହ ସେମାନଙ୍କ ରହଣି ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ର ଓ ୮ଟି ରହଣି ସ୍ଥଳୀ କରାଯାଇଛି । ସେହିପରି ବ୍ରହ୍ମପୁର ସହର ସମେତ ସହର ଉପକଣ୍ଠରେ ୪ଟି ସେଣ୍ଟର ହୋଇଛି । ସମ୍ବଲପୁରରେ ୪ଟି, ଢେଙ୍କାନାଳରେ ୨ଟି, ରାଉରକେଲାରେ ଗୋଟିଏ ଓ ବାଲେଶ୍ୱରରେ ୫ଟି ସେଣ୍ଟର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.