ଦୁଇ ଯୁବତୀଙ୍କୁ ଭାରି ପଡିଲା ରିଲ୍ସ ନିଶା, ଭିଡିଓ ବନାଉଥିବାବେଳେ ପାଣି ସୁଅରେ ଭାସିଗଲେ

ରିଲ୍ସ ପାଇଁ ଏବେ ଯୁବପୀଢ଼ି ମାନୁନାହାଁନ୍ତି ବନ୍ଧ ବାଡ ନିୟମ କାନୁନ । ଆପଣ ତ ଜାଣିଛନ୍ତି ସୋସିଆଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ ।

ମାଲକାନାଗିରି (କେନ୍ୟୁଜ) : ବାୟା କଲା ରିଲ୍ସ ନିଶା । ରିଲ୍ସ ପାଇଁ ଏବେ ଯୁବପୀଢ଼ି ମାନୁନାହାଁନ୍ତି ବନ୍ଧ ବାଡ ନିୟମ କାନୁନ । ଆପଣ ତ ଜାଣିଛନ୍ତି ସୋସିଆଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ । ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି। ଲାଇକ୍‌, କମେଣ୍ଟ, ସେୟାର ମାୟାରେ ବାୟା ଯୁବପୀଢ଼ି ବହୁ ସମୟରେ ଏଥିପାଇଁ ଅକାଳରେ ଜୀବନ ହାରୁଛନ୍ତି। ତଥାପି ସୁଧୁରୁନାହାଁନ୍ତି ଏମାନେ । ଦେଖୁନାହାଁନ୍ତି କେତେ ବଡ ବିପଦରେ ପଡିଛନ୍ତି ଦୁଇ ଯୁବତୀ ।

ରିଲ୍ସ ନିଶା ଏମିତି ଯେ ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବତୀ। ରିଲ୍ସ କରୁ କରୁ ଅସାବଧାନତା ଯୋଗୁଁ ପାଣି ଭିତରେ ଖସି ପଡ଼ିଲେ ଦୁଇ ଯୁବତୀ । ପାଣିର ପ୍ରଖର ସୁଅରେ ଭାସି ଯାଇଥିଲେ ଦୁଇ ଜଣ। ବଂଚିବା ପାଇଁ ଚିତ୍କାର କରୁଥିଲେ। ପାଖରେ ପରିବାର ଲୋକ ଥିଲେ ବି କେହି କିଛି କରି ପାରୁନଥିଲେ । ତେବେ ଚିତ୍କାର ଶୁଣି ଏମାନଙ୍କ ସହ ଯାଇଥିବା ଦୁଇଜଣ ଡ୍ରାଇଭର ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ମରଣ ମୁହଁରୁ ଏମାନଙ୍କୁ ଟାଣି ଆଣିଥିଲେ ।

ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ନିଟକ ଗୁମ୍ମାଝରଣ ଜଳପ୍ରପାତର। ଗତକାଲି କୁଡୁମୁଲୁଗୁମ୍ମାର ଏହି ଦୁଇ ଯୁବତୀ ପରିବାର ସହ ପିକନିକ ପାଇଁ ଏଠାକୁ ଆସିଥିଲେ। ତେବେ ସେଠାରେ ବୁଲାବୁଲି କରିବା ବେଳେ ରିଲ୍ସ କରୁଥିଲେ। ସେହି ସମୟରେ ସେମାନଙ୍କର ଗୋଡ ଖସି ଯିବାରୁ ପାଣିରେ ପଡ଼ି ଯାଇଥିଲେ । ତେବେ ଗୋବିନ୍ଦପାଲ୍ଲିର ଦୁଇ ଜଣ ଡ୍ରାଇଭର ଜିତୁ ଗୌଡ ଓ ଦୀପକ ଗୌଡ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ଯୁବତୀ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ଗୁମ୍ମାଝରଣ ଜଳପ୍ରପାତ ବୁଲିବାକୁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏଠାରେ ସୁରକ୍ଷା ବାଡ ନଥିବାରୁ ଏମିତି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.