ଭିନ୍ନ ଭିନ୍ନ ଦୁର୍ଘଟଣାରେ ୨ ମୃତ

ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଆରୟା ଢ଼ାବା ଠାରେ ଜଣେ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଆରୟା ଢ଼ାବା ଠାରେ ଜଣେ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଲିଙ୍ଗିରାଯୋଡିର ଗୁଡିସାହିର ରଞ୍ଜିତ ପଟ୍ଟନାୟକ ମୋଟରସାଇକେଲ ଯୋଗେ କୁକୁଡାଙ୍ଗ ଅଞ୍ଚଳରୁ ଗୁଡିସାହି ଆସୁଥିବା ବେଳେ ତୁରଙ୍ଗ ଆରିୟା ଢ଼ାବା ସମ୍ମୁଖରେ ଏକ ମଇଁଷି ସହ ତାଙ୍କ ମୋଟରସାଇକେଲ ଧକ୍କା ହୋଇଥିଲା ।

ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘଟିଥିଲା । ତେବେ ଏହା ଦୂର୍ଘଟଣା ନୁହେଁ ବରଂ ତାଙ୍କୁ ହତ୍ୟା କରା ଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ସେହିପରି ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ଚନ୍ଦନପୁରର ଆନନ୍ଦ ଭୋଇ କୈାଣସି କାମରେ ବଡକେରା ଏକ ମୋଟରସାଇକେଲରେ ଆସୁଥିବା ବେଳେ ପୁରୁଣାଗଡ ହାଟ ଛକ ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଆନନ୍ଦ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.