ପୀରବାବାଙ୍କ ପୀଠରେ ଦୋଳ ପର୍ବ: ହିନ୍ଦୁ ଓ ମୁସଲମାନ ମିଶି ପାଳନ କରନ୍ତି ଏହି ନିଆରା ପରମ୍ପରା

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ପର୍ବ ଧୁମଧାମର ସହିତ ପାଳନ କରାଉଥିବାବେଳେ ସଦର ବ୍ଲକ ଅନ୍ତର୍ଗତ ରମ୍ଭାଦେଇପୁର ପଂଚାୟତର ବିରବର ପାଟଣାଠାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ଏଠାରେ ଦିନ୍ଦୁ ଓ ମୁସଲମାନ ଭାଇଚାରାର ସହିତ ପାଳନ କରିଥାନ୍ତି ଏହି ପବିତ୍ର ଦୋଳ ପର୍ବ।ଅବିର ବୋଳା ବୋଳି ହୋଇ ଭୁଲି ଯାନ୍ତି ସବୁ ଦୁଃଖକୁ ।

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ପର୍ବ ଧୁମଧାମର ସହିତ ପାଳନ କରାଉଥିବାବେଳେ ସଦର ବ୍ଲକ ଅନ୍ତର୍ଗତ ରମ୍ଭାଦେଇପୁର ପଂଚାୟତର ବିରବର ପାଟଣାଠାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ଏଠାରେ ଦିନ୍ଦୁ ଓ ମୁସଲମାନ ଭାଇଚାରାର ସହିତ ପାଳନ କରିଥାନ୍ତି ଏହି ପବିତ୍ର ଦୋଳ ପର୍ବ।ଅବିର ବୋଳା ବୋଳି ହୋଇ ଭୁଲି ଯାନ୍ତି ସବୁ ଦୁଃଖକୁ ।

ଦୀର୍ଘ ୫୦୦ ବର୍ଷରୁ ଊର୍ଦ୍ଧ୍ଵ ହେବ ଏହି ବିରବର ପାଟଣା ସ୍ଥିତ ପୀରବାବାଙ୍କ ପୀଠରେ ନିଆରା ପରମ୍ପରା ପ୍ରଚଳିତ ହୋଇ ଆସୁଅଛି । ଏହି ପୀରଙ୍କ ପୀଠକୁ ବିଅଁଳର ଗତେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପୀଠକୁ ଆସିବା ସହିତ ହରିହର ଭେଟ କରାଯାଇଛି ।

ଏଠାରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କ ଭୋଗ ଲାଗି କରାଯିବା ସହିତ ପରସ୍ପର ମଧ୍ୟରେ ଅବିର ଲଗାଇ ଭାଇଚରାର ସମ୍ପର୍କ ସୃଷ୍ଟି କରିଥାନ୍ତି । ପୀରଙ୍କ ଭୋଗ ଗତନାଥଙ୍କ ପାଖରେ ଲାଗି ହୋଇଥାଏ ଓ ମହାଦେବଙ୍କ ଭୋଗ ପୀରଙ୍କ ପାଖରେ ଲାଗି ହୋଇଥାଏ । ଏହି ଭୋଗକୁ ବୀରବରପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଘରୁ ପ୍ରସ୍ତୁତ ହୋଇ ଆସିଥାଏ । ଏହା ପରମ୍ପରା ରହି ଆସିଛି ।

ରମ୍ଭାଦେଇପୁର ପଂଚାୟତର ବିରବର ପାଟଣା ଗ୍ରାମରେ ଏହି ପରମ୍ପରାକୁ ଉପଭୋଗ କରିବା ପାଇଁ ବହୁ ଜନସମାଗମ ଦେଖିବାକୁ ମିଳିଛି । ଖୋଳ, କରତାଳ, ଘଣ୍ଟ ଓ ମହୁରୀ ବାଦ୍ୟରେ ଗତେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମାକୁ ପାଲିଙ୍କିରେ ଅଣାଯାଇ ହରିହର ଭେଟ କରାଯାଇ ଥାଏ ଓ ପରେ ହିନ୍ଦୁ ଓ ମୁସଲମାନ ଭାଇଚାରାର ପରସ୍ପର ଅଭିର ବୋଳା ବୋଳି ହୋଇ ଶୁଭେଚ୍ଛା ଜଣାଇଥାନ୍ତି । ତେବେ ଏହି ପରମ୍ପରା ଦ୍ୱାରା ଉଭୟଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହେବା ସହିତ ଦୋଳ ପର୍ବକୁ ମହାଆଡମ୍ବର ସହିତ ପାଳନ କରାଯାଇ ଏକ ଉଦାହରଣ ସୃଷ୍ଟି କରାଯାଇଛି ।

ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋଳ ପର୍ବ ଓ ଠାକୁରଙ୍କୁ ଭୋଗ କରାଯିବା ପ୍ରଥା ଚାଲି ଆସୁଥିବାବେଳେ ବିରବର ପାଟଣା ଗ୍ରାମର ହିନ୍ଦୁ ଓ ମୁସଲମାନ ପରମ୍ପରା ଅନେକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିଛି ଓ ଏକ ନିଆରା ପରମ୍ପରା ସହ ଭାଇଚାରାର ନିଦର୍ଶନ ସୃଷ୍ଟି କରିପାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.