ହୋଲିରେ ନେଟଓ୍ଵାର୍କ ସମସ୍ୟା ଥିଲେ ଆପଣାନ୍ତୁ ଏହି ୫ଟି ଟିପ୍ସ, ଭଲ କ୍ୱାଲିଟିରେ କରନ୍ତୁ ଭିଡିଓ କଲ୍‌

ଆମେ ଆଜି ଆପଣଙ୍କୁ ଏପରି ୫ଟି ଟିପ୍ସ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ହୋଲିରେ ଥିବା ନେଟଓ୍ଵାର୍କ ସମସ୍ୟାକୁ ଠିକ୍‌ କରିବ । ଆପଣ ନିଜ ସମ୍ପର୍କୀୟଙ୍କ ସହ ଭଲ କ୍ୱାଲିଟିରେ ଭିଡିଓ କଲରେ କଥା ହୋଇପାରିବେ ।

ରଙ୍ଗର ପର୍ବ ହୋଲି । ଏହି ସମୟରେ ସମସ୍ତେ ନିଜ ସମ୍ପର୍କୀୟଙ୍କୁ ଭିଡିଓ କଲ୍‌ କରନ୍ତି । କିନ୍ତୁ ଅନେକ ସମୟରେ ହୋଲି ଦିନ ନେଟଓ୍ଵାର୍କରେ ସମସ୍ୟା ଦେଖାଯାଏ । ଯେଉଁଥିପାଇଁ ଭିଡିଓ କ୍ୱାଲିଟି ଖରାପ ହୋଇଯାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ୫ଟି ଟିପ୍ସ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ହୋଲିରେ ଥିବା ନେଟଓ୍ଵାର୍କ ସମସ୍ୟାକୁ ଠିକ୍‌ କରିବ । ଆପଣ ନିଜ ସମ୍ପର୍କୀୟଙ୍କ ସହ ଭଲ କ୍ୱାଲିଟିରେ ଭିଡିଓ କଲରେ କଥା ହୋଇପାରିବେ ।

୧. ଭିଡିଓ କଲିଂ ପୂର୍ବରୁ ଆପଣଙ୍କ ଫୋନକୁ ଅପଡେଟ୍ କରନ୍ତୁ । ଅପଡେଟ୍ ଦ୍ୱାରା ଆପଣ ଭିଡିଓ କଲରେ ଭଲ ଭାବେ କଥା ହୋଇପାରିବେ । ଏହି ଟିପ୍ସକୁ ଆପଣାଇ ଆପଣ ହୋଲିରେ ଭଲ କ୍ୱାଲିଟିରେ ଭିଡିଓ କଲ କରିପାରିବେ । ଆପଣଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏହି ପର୍ବକୁ ଉପଭୋଗ କରିପାରିବେ ।

୨. ଏକ ଶାନ୍ତ ପରିବେଶରେ ଭିଡିଓ କଲ୍ କରିବା ଦ୍ୱାରା ଭିଡିଓ କଲର ସାଉଣ୍ଡ ଭଲ ହୋଇଥାଏ ଏବଂ ଭିଡିଓ କଲ୍ ର କ୍ୱାଲିଟି ଉନ୍ନତ ହେବ ।

୩. ଭିଡିଓ କଲିଂ ପାଇଁ କମ୍ ଡାଟା ବ୍ୟବହାର କରୁଥିବା ଆପ୍ ବାଛନ୍ତୁ । ଅନେକ ଆପ୍ସରେ ଭିଡିଓ କଲ୍‌ ର କ୍ୱାଲିଟି କମ୍‌ କରିବା ପାଇଁ ଅପ୍ସନ ଥାଏ । ଯାହା ଡାଟା ବ୍ୟବହାରକୁ କମ୍‌ କରିଥାଏ ।

୪. ଭିଡିଓ କଲ୍ କରିବା ପାଇଁ ୱାଇ-ଫାଇ ବ୍ୟବହାର କରନ୍ତୁ । ଡାଟା କନେକ୍ସନ ଅପେକ୍ଷା ୱାଇ-ଫାଇ ଅଧିକ ସ୍ଥିର ଏବଂ ଭଲ କ୍ୱାଲିଟି ଦେଇଥାଏ ।

୫. ଭିଡିଓ କଲ୍ କରିବା ପୂର୍ବରୁ ଆପଣଙ୍କ ନେଟୱାର୍କ ଯାଞ୍ଚ କରନ୍ତୁ । ଯଦି ଆପଣଙ୍କର ନେଟୱାର୍କ ଠିକ୍‌ ଭାବେ ଆସୁନଥିବ ଭିଡିଓ କଲ୍ ର କ୍ୱାଲିଟି ଖରାପ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.