ମୟୁରଭଞ୍ଜ : ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା, ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ

ବାରିପଦା (କେନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ବଜ୍ରପାତରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ଜଣେ ଗୁରୁତର ଆହତ ହୋଇଛନ୍ତି।
ଆଜି ସନ୍ଧ୍ୟାରେ ବେତନଟୀ ଥାନା ଅନ୍ତର୍ଗତ ପୁରୀଖୁଣ୍ଟା ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁଲୋଚନା ମହାନ୍ତ । ତାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ । ସେ ଖେତରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା ।

ସେହିପରି ବୈଶିଙ୍ଗା ଥାନା ଅନ୍ତର୍ଗତ କଦଳୀଆ ଗାଁରେ ମଧ୍ୟ କିଛି ବ୍ୟକ୍ତି ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ରମାକାନ୍ତ ବିନ୍ଧାଣି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଉଭୟ ଘଟଣାର ମୃତାହତ ବ୍ୟକ୍ତିମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାକୁ ଅଣା ଯାଇଥିଲା।

ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଆଜି ମୟୁରଭଞ୍ଜ ଜିଲ୍ଲାର ବେତନଟୀ, ବଡ଼ସାହି, ବୈଶିଙ୍ଗା ଆଦି ସ୍ଥାନରେ ବଜ୍ରପାତ ସହ ଭୀଷଣ ବର୍ଷା ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.