କେନ୍ଦୁଝର: କେନାଲରେ ଗାଧୋଇବା ବେଳେ ଭାସି ଗଲେ ଦୁଇ ଛାତ୍ର

କେନ୍ଦୁଝର(କେ ନ୍ୟୁଜ): କେନ୍ଦୁଝର ଜିଲ୍ଲା ହାଟଡିହିରେ କେନାଲରେ ଗାଧୋଇବା ବେଳେ ଭାସି ଗଲେ ଦୁଇ ଛାତ୍ର । ଘଟଣାରେ ଜଣେ ନିଖୋଜ ଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର ମୁଖ୍ୟ କେନାଲରେ ୪ ଜଣ ଛାତ୍ର ଗାଧୋଉଥିବା ବେଳେ ଦୁଇ ଜଣ ଭାସି ଯାଇଥିଲେ ।

ସେମାନେ ହେଲେ ପନ୍ଦାଡ଼ ଗାଁର ଦଶମ ଶ୍ରେଣୀର ଛାତ୍ର ବବୁଲ ଦାସ ଓ ଅନ୍ୟ ଜଣଙ୍କ ହେଉଛନ୍ତି ନିକଟସ୍ଥ ପଦରୁଖା ଗାଁର ନବମ ଶ୍ରେଣୀର ଛାତ୍ର ହିମାଂଶୁ ରାଉତ । ହାଟଡିହି ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ହିମାଂଶୁଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.