ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ, ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସାମୟିକ ଭାବେ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଖବର ଅନୁଯାୟୀ, ଗତକାଲି ରାତିରେ ଦୁଇଟି ଜଙ୍ଗଲୀ ହାତୀ ନନ୍ଦନକାନନ ଭିତରେ ପଶିଛନ୍ତି । ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଚିଥିବା ସନ୍ଦେହ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇଛନ୍ତି ।

ଆଜି ସକାଳୁ ନନ୍ଦନକାନନ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ବନବିଭାଗ ପକ୍ଷରୁ ବଣୁଆ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି। ନନ୍ଦନକାନନ ଓ ଚନ୍ଦକା ୱାଇଲ୍‌ଡ ଡିଭିଜନର କର୍ମଚାରୀ ହାତୀ ଘଉଡାଇବାରେ ନିୟୋଜିତ ଅଛନ୍ତି। ତେବେ ରାଜ୍ୟ ବଟନିକାଲ ଗାର୍ଡେନ୍‌ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି।

 

Leave A Reply

Your email address will not be published.