ବଡ଼ଗଡ଼ ହଜାତରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପ୍ରକୃତ ସ୍ତ୍ରୀ କିଏ? ଶବକୁ ନେବା ପାଇଁ ୨ ମହିଳା ଟଣା ଓଟରା

ଭୁବନେଶ୍ବର(କେନ୍ୟୁଜ୍) ଭୁବନେଶ୍ୱର ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ନୂଆ ମୋଡ। ମୃତ ବ୍ୟକ୍ତିଙ୍କୁ ଦୁଇ ଜଣ ମହିଳା ନିଜ ସ୍ୱାମୀ ବୋଲି ଦାବି କରୁଛନ୍ତି। ଏ ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲ ଶବଗୃହରେ ମାରପିଟ। ଦୁଇ ମହିଳାଙ୍କ ମଧ୍ୟରେ ଝଗଡ଼ା ହୋଇଛି। ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଉଭୟଙ୍କୁ ଶାନ୍ତ କରିଥିଲା। ଶବବ୍ୟବଚ୍ଛେଦ ପରେ ସତ୍ୟନଗର ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଶ୍ମଶାନରେ ମଧ୍ୟ ଉଭୟ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା।

ପୋଲିସ ସୂଚନା ମୁତାବକ ଗତକାଲି ଚୋରି ଅଭିଯୋଗରେ ପ୍ରଦୀପ ସାହୁଙ୍କୁ ଥାନାକୁ ଅଣାଯାଇଥିଲା। ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ମହିଳା ମନୋରମା ସାହୁ ପ୍ରଦୀପ ସାହୁଙ୍କୁ ନିଜ ସ୍ୱାମୀ କହୁଥିବା ବେଳେ ଆଉ ଜଣେ ମହିଳା ବନିତା ଚୌଧୁରୀ, ମୃତକଙ୍କ ନାଁ ଦେବେନ୍ଦ୍ର ଚୌଧୁରୀ କହି ନିଜ ସ୍ୱାମୀ ବୋଲି କହୁଛନ୍ତି।