ଭାଲୁ ଆକ୍ରମଣରେ ଦୁଇ ଯୁବକ ଗୁରୁତର, ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ମେଡିକାଲରେ ଭର୍ତ୍ତି

ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏବେ କଟକକୁ ସ୍ଥାନାନ୍ତର କରାଯାଇଛି।

ଆନନ୍ଦପୁର (କେନ୍ୟୁଜ): ସବୁଦିନ ଭଳି ଆଜି ବି ପ୍ରତ୍ୟେକ ଦିନର କାମ ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଜଣ ଯୁବକ । କିନ୍ତୁ ସେମାନେ ଜାଣି ନଥିଲେ ଯେ ପୋଖରୀ କୂଳରେ ଭାଲୁ ଛକି ବସିଛି । ଯେମିତି ଦୁଇ ଜଣ ଯୁବକ ପାଣି ଭିତରକୁ ଗାଧୋଇବାକୁ ଓହ୍ଲାଇଥିଲେ ଭାଲୁ ଟି ହଠାତ କେଉଁ ଆଡ଼େ ଥିଲା କେଜାଣି ଦୁଇ ଜଣ ଯୁବକଙ୍କୁ ଭାଲୁଟି ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ଶିକାର ହୋଇ ଏବେ ଦୁଇ ଜଣ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ଭାଲୁକୁ ଅତି ନିକଟରୁ ଦେଖିଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଦୁଇ ଜଣ ।

ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏବେ କଟକକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି ସୋସୋ ଥାନା ଅନ୍ତର୍ଗତ କାଳିଆମ୍ବ ଅଞ୍ଚଳରେ। ସୋସୋ ଥାନା ପୁରୁଣାପାଣି ଗାଁର ଗଙ୍ଗା ହେମ୍ବ୍ରମ ଏବଂ ସଂଗ୍ରାମ ଟୁଡୁ କାମସାରି ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଯନ୍ତ୍ରଣାରେ ଏମାନେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସଂଗ୍ରାମ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଭାଲୁ ଭଳି ହିଂସ୍ର ଜୀବ ଏବେ ଜଙ୍ଗଲ ଛାଡ଼ି ଗାଁ ଓ ସହରରେ ବୁଲୁଛନ୍ତି । ଗାଁ ମାନଙ୍କରେ ଭାଲୁ ବୁଲୁଥିବାରୁ ଗାଁ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି । ସମାନ ଭାବେ ଏହି ଭାଲୁ ଜଙ୍ଗଲରୁ ପଳାଇ ଆସି ଗାଁରେ ବୁଲି ବୁଲି ଲୋକଙ୍କୁ ଆକ୍ରମଣ କରୁଥିବାର ଦେଖାଯାଇଛି । ଯାହାକୁ ନେଇ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ଭାଲୁ କେତେବେଳେ ଯେ କାହାକୁ ଆକ୍ରମଣ କରୁଛି ତାହା ଠିକ୍‌ ନାହିଁ । ତେଣୁ ନିଜ ଜୀବନ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ନିଜେ ସତର୍କ ରୁହନ୍ତୁ । କହି ରଖିବାକୁ ଚାହିଁବୁ ଯେ ଦିନକୁ ଦିନ ଗଛ କାଟି ଜଙ୍ଗଲ ସଫା କରାଯାଉଛି । ଫଳରେ ଜଙ୍ଗଲରେ ଖାଦ୍ୟର ଅଭାବ ଦେଖାଯାଉଛି । ଏନେଇ ଜଙ୍ଗଲୀ ଜନ୍ତୁ ଖାଦ୍ୟ ଅନେ୍ଵଷଣରେ ଜଙ୍ଗଲ ଛାଡ଼ି ସହର ମୁହାଁ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.