ମଣିପୁରରେ ରିଲିଫ୍‌ କ୍ୟାମ୍ପ୍‌ରେ ରହୁଥିବା ୫୦,୦୦୦ ଲୋକ ସେହିଠାରୁ ହିଁ ଭୋଟ୍‌ ଦେବେ: ନିର୍ବାଚନ ଆୟୋଗ

ହିଂସା ପ୍ରଭାବିତ ମଣିପୁରରେ ରିଲିଫ୍‌ କ୍ୟାମ୍ପରେ ରହୁଥିବା ଲୋକେ ସେହିଠାରୁ ହିଁ ମତଦାନ କରିବେ । ସେମାନଙ୍କୁ ରିଲିଫ୍‌ କ୍ୟାମ୍ପ୍‌ରେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ହିଂସା ପ୍ରଭାବିତ ମଣିପୁରରେ ରିଲିଫ୍‌ କ୍ୟାମ୍ପରେ ରହୁଥିବା ଲୋକେ ସେହିଠାରୁ ହିଁ ମତଦାନ କରିବେ । ସେମାନଙ୍କୁ ରିଲିଫ୍‌ କ୍ୟାମ୍ପ୍‌ରେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ବେଳେ ମଣିପୁର ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଥିଲେ ଯେ ‘ଆମେ ସମସ୍ତ ବ୍ୟବସ୍ଥା କରିବୁ’।

ସେ କହିଥିଲେ, ‘ଆମେ ଏକ ଯୋଜନା ପ୍ରସ୍ତୁତ କରିଛୁ, ଯାହାକୁ ଆମେ ଅଧିସୂଚିତ କରିଦେଇଛୁ । ଶିବିରରେ ରହୁଥିବା ମତଦାତାମାନଙ୍କୁ ଶିବିରରୁ ହିଁ ଭୋଟ୍ ଦେବାକୁ ଅନୁମତି ଦିଆଯିବ । ଯେପରି ଜମ୍ମୁ-କାଶ୍ମୀରର ପ୍ରବାସୀମାନଙ୍କ ପାଇଁ ଏକ ଯୋଜନା ରହିଛି, ସେହିଭଳି ଏହି ଯୋଜନା ମଣିପୁରରେ କାର୍ଯ୍ୟକାରୀ ହେବ । ଭୋଟରମାନଙ୍କୁ କ୍ୟାମ୍ପରୁ ହିଁ ଭୋଟ୍ ଦେବାକୁ ଅନୁମତି ପ୍ରଦାନ କରାଯିବ’ ।

ସୂଚନାଯୋଗ୍ୟ, ଗତ ବର୍ଷ ମେ’ରେ ମଣିପୁରରେ ମେତେଇ ଏବଂ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ଜାତିଗତ ସଂଘର୍ଷରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଅଧିକାରୀଙ୍କ ଅନୁସାରେ, ସୁରକ୍ଷା ବାହିନୀ ୨୫,୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରାୟ ୫୦,୦୦୦ ଲୋକ ଅଶାନ୍ତି ପରେ ଶିବିରରେ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.