ବାଲେଶ୍ୱରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ୱରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଚିଠି ଲେଖିଛନ୍ତି । ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ଖୋଲିବା ପାଇଁ ଚଳିତ ବଜେଟ୍‌ରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ । ବାଲେଶ୍ୱର ଦେଶର ଏକ ସ୍ୱତନ୍ତ୍ର ସ୍ଥାନ ।

ବାଲେଶ୍ୱର ଚାନ୍ଦିପୁରରେ ଡିଆରଡିଓ ଏବଂ ଡିଆରଡିଓ ଲାଇବ୍ରେରୀ ରହିଛି । ଏହା ସହ ITR, PXE, EMU, PMU, EME ପରି ସଂସ୍ଥା ଚାନ୍ଦିପୁରରେ ରହିଛି । ଏଠାରେ ୧୦ ହଜାରରୁ ଅଧିକ ପ୍ରତିରକ୍ଷା ବିଶେଷଜ୍ଞ କାମ କରୁଛନ୍ତି । ବାଲେଶ୍ୱରକୁ ଏକ ପ୍ରତିରକ୍ଷା ହବ୍‌ ଭାବେ ବିଚାର କରି ଏଠାରେ ଏକ ସୈନିକ ସ୍କୁଲ ପ୍ରତିଷ୍ଠା କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.