କୋଭିସିଲ୍‌ଡ ଟିକା ନ ଆସିଲେ ଆଜିଠୁ ରାଜ୍ୟରେ ବାଧାପ୍ରାପ୍ତ ହେବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ରାଜ୍ୟରେ ଟିକା ଅଭାବ ଆଶଙ୍କା। କୋଭିସିଲ୍‌ଡ ଟିକା ନ ଆସିଲେ ଆଜିଠୁ ବାଧାପ୍ରାପ୍ତ ହେବ ଟିକାକରଣ । ଦୈନିକ ଦିଆଯାଉଛି ୩ ଲକ୍ଷ ଡୋଜ୍‌ ଟିକା । ଭୁବନେଶ୍ୱର ବ୍ୟତୀତ ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏବେ ଯେତିକି ଅଛି କୋଭିସିଲଡ ଡୋଜ ଅଛି ଆଜି ସରିଯିବ । ବର୍ତ୍ତମାନ ୩ଲକ୍ଷ ୩୮ ହଜାର ଡୋଜ୍‌ କୋଭିସିଲ୍ଡ ଡୋଜ ମହଜୁଦ ଅଛି । ତୁରନ୍ତ ଟିକା ନଆସିଲେ ଆଜିଠୁ ଟିକାର ଅଭାବ ରହିବ । ଏଭଳି ପରିସ୍ଥିତିରେ ଟିକାକରଣ ସମ୍ଭବ ନୁହେଁ । ତୁରନ୍ତ ଅତିରିକ୍ତ ୬ ଲକ୍ଷ ଡୋଜ୍‌ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ କେନ୍ଦ୍ରର ସହଯୋଗ ଲୋଡ଼ିଛି ଓଡ଼ିଶା ।

ଜାନୁଆରୀ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଥିଲା କୋଭିଡ ଟିକାକରଣ । ବର୍ତ୍ତମାନ ସୁଦ୍ଧା କୋଟିଏ ୧୪ ଲକ୍ଷ ଡୋଜ୍‌ ଟିକା ଦିଆଗଲାଣି । ୧୬ ଲକ୍ଷ ୩୩ ହଜାର ଲୋକ ଟିକାର ଦୁଇଟି ଡୋଜ୍‌ ନେଇଛନ୍ତି । କରୋନା ଚେନ୍‌ ଭାଙ୍ଗିବାକୁ ଏନଫୋର୍ସମେଣ୍ଟ, ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ସହ ଟିକାକରଣକୁ ବି ତ୍ୱରାନ୍ଵିତ କରାଯାଉଛି । ଏଭଳି ସ୍ଥିତିରେ ଠିକଣା ସମୟରେ ପର୍ଯ୍ୟାପ୍ତ ଟିକା ନମିଳିଲେ ବାଧାପ୍ରାପ୍ତ ହୋଇପାରେ ଟିକାକରଣ ମହାଅଭିଯାନ । ଏପଟେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ରୁଷ୍‌ ଟିକା ସ୍ଫଟନିକ୍‌-ଭି । ଘରୋଇ ହସ୍ପିଟାଲରେ ମିଳିବ ସ୍ପୁଟନିକ-V ଟିକା। ଆଜିଠୁ କୋ-ଓ୍ଵିନ ପୋର୍ଟାଲରେ ପଞ୍ଜିକରଣ କରି ଟିକା ନେଇପାରିବେ ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.