ଆକାଶ ଛୁଆଁ ପରିବା ଦର, ଆଳୁ ଓ ପିଆଜ ବି କିଣିବା ହୋଇଯାଉଛି କଷ୍ଟକର

ଭୁବନେଶ୍ବର: ପରିବା ଦର ଆକାଶ ଛୁଆଁ । ହାତ ମାରି ହେଉନି କୌଣସିଥିରେ । ଖାଲି ପରିବା ନୁହେଁ ଆଳୁ ଓ ପିଆଜ ଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

କିଛି ବଜାରରେ ପରିବା ଉଭାନ ହୋଇ ଯାଇଥିବା ବେଳେ କିଛି ସ୍ଥାନରେ ପରିବା ବିକ୍ରି ହେଉଛି । ହେଲେ ପରିବା ଦର ଶୁଣିଲେ ମୁଣ୍ଡ ବୁଲାଇ ଦେଉଛି । ପାଖାପାଖି ସବୁ ପରିବା ଦର ୬୦-୭୦ ଉପରେ ରହୁଛି । କିଏ କହୁଛି ମାଲ୍ ପରିବହନ ବନ୍ଦ ତ, କିଏ କହୁଛି ବର୍ଷା ପାଇଁ, କିନ୍ତୁ ପ୍ରକୃତରେ କଣ ପାଇଁ ଦର ବଢ଼ୁଛି, ତାହାର ଉତ୍ତର କାହା ପାଖରେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.