ରାଜ୍ୟରେ ସେପ୍ଟେମ୍ବର ମାସରେ ଯାନବାହନ ବିକ୍ରିରେ ୨୨% ଅଧିକ ବୃଦ୍ଧି, ସମୁଦାୟ ୪୯ ହଜାର ଗାଡ଼ି ହୋଇଛି ସେଲ୍

ଭୁବନେଶ୍ବର: ରାଜ୍ୟରେ ସେପ୍ଟେମ୍ବର ମାସରେ ଯାନବାହନ ବିକ୍ରି ବୃଦ୍ଧି। ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ଯାନବାହନ ବିକ୍ରିରେ ୨୨ ପ୍ରତିଶତ ଅଧିକ ବୃଦ୍ଧି ଘଟିଛି। ରାଜ୍ୟରେ ସେପ୍ଟେମ୍ବର ମାସରେ ସମୁଦାୟ ୪୯ ହଜାର ଗାଡ଼ି ବିକ୍ରି ହୋଇଛି। ଲକଡାଉନ ଆଂଶିକ ଭାବେ ହଟିବା ପରେ ଜୁନରେ ୪୩ହଜାର, ଜୁଲାଇରେ ୪୦ହଜାର ଓ ଅଗଷ୍ଟରେ ୪୦ ହଜାର ଗାଡ଼ି ବିକ୍ରି ହୋଇଥିଲା।
କୋଭିଡ ପ୍ରଭାବ ଥିବା ସତ୍ତ୍ୱେ ରାଜ୍ୟରେ ଯାନବାହନ ବିକ୍ରି ବୃଦ୍ଧି ପାଇଛି। ପରିବହନ ପାଇଁ ୪ହଜାର ୮ଶହ ଗା଼ଡ଼ ବିକ୍ରି ହୋଇଥିବା ବେଳେ ଅଣପରିବହନ ପାଇଁ ୪୪ହଜାର ଗାଡ଼ି ପଞ୍ଜିକୃତ ହୋଇଛି। ସେପ୍ଟେମ୍ବର ମାସରେ ଦୁଇଚକିଆ ଯାନ ସର୍ବାଧିକ ୩୬ହଜାର ବିକି୍ର ହୋଇଥିବା ବେଳେ ୪ହଜାର ୨୫୭ଟି କାର ବିକ୍ରି ହୋଇଛି। ୧୫ଶହ୬୯ଟି ଟ୍ରାକ୍ଟର ବିକ୍ରି ହୋଇଛି। ଆକୁ ଦଶହରା ଓ ଦୀପାବଳି ଆସୁଥିବାରୁ ଗାଡ଼ି ବିକ୍ରି ବୃଦ୍ଧି ପାଇବ ବୋଲି ଆଶା ରହିଛି।