ମାଓବାଦୀ ବିରୋଧରେ ପୁଣି ଗର୍ଜିଲେ ସ୍ୱାଭିମାନ ଅଞ୍ଚଳବାସୀ, କହିଲେ ସେମାନେ ବନ୍ଧୁକରେ ଡରାଇଲେ ଆମେ ଧନୁ ତିର ଧରି ଲଢ଼ିବୁ

ମାଲକାନଗିରି: ମାଓବାଦୀ ବିରୋଧରେ ପୁଣି ଗର୍ଜିଲେ ସ୍ୱାଭିମାନ ଅଞ୍ଚଳବାସୀ। ବିକାଶ ନୁହେଁ ବିନାଶ ଚାହୁଁଛନ୍ତି ମାଓବାଦୀ। ମାଓବାଦୀ ବନ୍ଧୁକରେ ଡରାଇଲେ ଆମେ ଧନୁ ତିର ଧରି ମାଓବାଦୀ ସାଙ୍ଗେ ଲଢ଼ିବା। ଏଭଳି ନାରା ଦେଇ ରାସ୍ତାକୁ ଓଲ୍ହାଇଲେ ସ୍ୱାଭିମାନ ଅଞ୍ଚଳର ହଜାର ହଜାର ଲୋକେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ମାଓ ଗଡ଼ କୁହାଯାଉଥିବା ସ୍ୱାଭିମାନର ଜୋଡାମ୍ବ ଅଞ୍ଚଳରେ।

ଅସହ୍ୟ ହେଲା ମାଓବାଦୀ ଙ୍କ ଅତ୍ୟାଚାର। ବନ୍ଧୁକ ମୁନରେ ଡ଼ରେଇବା ବନ୍ଦ ହେଉ। ଏଭଳି ସ୍ଲୋଗାନ ଦେଇ ଯୋଡ଼ାମ୍ବ ଗାଁ ରେ ହଜାର ହଜାର ଆଦିବାସୀ ମହିଳା ଏବଂ ପୁରୁଷ ଏକାଠି ହୋଇ ବିରାଟ ରାଲି କରିବା ସହ ଏକ ବଡ଼ ଧରଣର ସମାବେଶ କରିଥିଲେ। ଏହି ଅଞ୍ଚଳର ନିରୀହ ଲୋକଙ୍କୁ ପୋଲିସ ଇନଫର୍ମର କହି ମାଓବାଦୀ ହତ୍ୟା କରୁଛନ୍ତି। ଯେଉଁମାନେ ଏହି ଅଞ୍ଚଳର ଉନ୍ନତି ଚାହୁଁଛନ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା କରୁଛି ମାଓବାଦୀ। ଆମ କାନ୍ଧରେ ବନ୍ଧୁକ ରଖି ପୋଲିସ ବିରୋଧରେ ଲଢେ଼ଇ କରୁଛନ୍ତି। ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ସରକାରଙ୍କ ସମସ୍ତ ବିକାଶ କାର୍ଯ୍ୟକୁ ବିରୋଧ କରିଛନ୍ତି ମାଓବାଦୀ।

maoଏହାସହ ଅଞ୍ଚଳରେ ବିକାଶ କାର୍ଯ୍ୟ ହେଲେ ଠିକାଦାର ମାନଙ୍କ ଠାରୁ ବଟି ଆଦାୟ କରି ବିକାଶ କାର୍ଯ୍ୟରେ ବାଧକ ସୃଷ୍ଟି କରୁଛନ୍ତି ମାଓବାଦୀ। ତେଣୁ ଏବେ ଆଉ ମାଓବାଦୀଙ୍କ ଅତ୍ୟାଚାର ନସହି, ମାଓବାଦୀ ବନ୍ଧୁକ ରେ ଆମକୁ ଡ଼ରାଇଲେ ଆମେ ଧନୁସର ଧରି ତାଙ୍କ ସହ ଲଢେ଼ଇ କରି ମାଓବାଦୀଙ୍କୁ ମୂଳପଛ କରିବୁ ବୋଲି କହିଛନ୍ତି ଅଞ୍ଚଳବାସୀ ।

ଏବେ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରି ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆଗେଇଛନ୍ତି।ତେଣୁ ଏହାକୁ ମାଓବାଦୀ ବାଧା ସୃଷ୍ଟି କଲେ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ଏଭଳି ନାରା ଦେଇ, ହାତରେ ଫ୍ଲା କାର୍ଡ ଧରି ସ୍ୱାଭିମାନ ଅଞ୍ଚଳ ହଜାର ହଜାର ଲୋକେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.