Below header

ଆଠଗଡ଼ : ସିମେଣ୍ଟ କାରଖାନାର ବାହାର ଶ୍ରମିକଙ୍କୁ ଖୁବ୍‌ ପିଟିଲେ ଦୁର୍ବୃତ୍ତ, ଉତ୍ତେଜନା ପରେ ପୋଲିସ୍‌ ମୁତୟନ

ଆଠଗଡ଼ (କେ ନ୍ୟୁଜ୍‌) : ଆଠଗଡ ବ୍ଲକ ଖମାର ନୂଆଗାଁ ସ୍ଥିତ ନିର୍ମାଣାଧୀନ ଅଲଟ୍ରାଟେକ୍ ସିମେଣ୍ଟ କାରାଖନାରେ ଉତ୍ତେଜନା। ବାହାର ରାଜ୍ୟରୁ ଆସିଥିବା ୧ ହଜାରରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ମାଡ ମାରିଲେ ଦୁର୍ବୃତ୍ତ। ପାଖାପାଖି ୩୦ରୁ ୪୦ ଜଣ ଦୁର୍ବୃତ୍ତ କମ୍ପାନୀ ପରିସରରେ ପଶି ସେଠାରେ କାମ କରୁଥିବା ଶ୍ରମିକମାନଙ୍କୁ ଧମକ ଚମକ ଦେବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଫଳରେ କାର୍ଯ୍ୟରତ ଶ୍ରମିକମାନେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଇ ଭୋକ ଓପାସରେ ରାସ୍ତା କଡରେ ବସିଥିବା ଦେଖିବାକୁ ମିଳିଛି। ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ପାଇ ଗୁରୁଡ଼ିଝାଟିଆ ଏବଂ ଖୁଣ୍ଟୁଣି ଥାନା ଅଧିକାରୀ ପହଞ୍ଚିଛନ୍ତି । ଘଟଣଶ ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.