ଅସହ୍ୟ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେଉଛି ଅଧା ଓଡ଼ିଶା, ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର (କେନ୍ୟୁଜ୍) : ଅସହ୍ୟ ଗ୍ରୀଷ୍ମପ୍ରବାହରେ ଏବେ ସନ୍ତୁଳି ହେଉଛି ଅଧା ଓଡ଼ିଶା । ସୂର‌୍ୟ୍ୟଙ୍କ କୋପରେ ଜଳୁଛି ପଶ୍ଚିମ ଓଡ଼ିଶା। ଗରମରୁ ମୁକ୍ତି ପାଇଁ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ଦିନ ବଢ଼ିବା ସହ ଶୂନଶାନ ହୋଇଯାଉଛି ରାସ୍ତାଘାଟ। ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ସେପଟେ ଓଡ଼ିଶାକୁ ମୌସୁମୀ ଆଗମନରେ ସାମାନ୍ୟ ବିଳମ୍ବ ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି । କାଳବୈଶାଖି ପ୍ରଭାବରେ ତାପମାତ୍ରା ସାମାନ୍ୟ କମିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.