ଆଗପଛ ହୋଇ ଆସୁଛି ଦୁଇଟି ଲଘୁଚାପ: ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବ ବର୍ଷା

ରାଜ୍ୟରେ ଆଗକୁ ଆସୁଛି ବଡ଼ ବର୍ଷା । କିଛି ଦିନର ବିରତି ପରେ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବ ବର୍ଷା ।୧୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହୋଇ ମାସ ଶେଷ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ପ୍ରଥମ ଲଘୁଚାପ ୧୮ ତାରିଖରେ ସୃଷ୍ଟି ହେବା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ଆଣିବ ବଡ଼ ବର୍ଷା । ରାଜ୍ୟରେ ଆଗକୁ ଆସୁଛି ବଡ଼ ବର୍ଷା । କିଛି ଦିନର ବିରତି ପରେ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବ ବର୍ଷା । ଘନଘନ ଲଘୁଚାପ ସୃଷ୍ଟି ସହ ଏଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ବଙ୍ଗୋପସାଗରରେ ସ୍ଥିତି ଅନୁକୂଳ ହେଉଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି ।

୧୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହୋଇ ମାସ ଶେଷ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ପ୍ରଥମ ଲଘୁଚାପ ୧୮ ତାରିଖରେ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୪ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଭଲ ବର୍ଷା କରାଇବ ବୋଲି ପୂର୍ବାନୁମାନ କରାଯାଇଛି । ଏହାଦ୍ୱାରା ଚାଷ କାମ ଆଗେଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.