ପଶ୍ଚିମ ଓଡ଼ିଶା ଧର୍ମଘଟରୁ ଓହରିଲା ଘରୋଇ ବସ ମାଲିକ ସଙ୍ଘ, ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି

ଆସନ୍ତାକାଲି ଘରୋଇ ବସ ମାଲିକ ସଙ୍ଘ ପଶ୍ଚିମ ଓଡ଼ିଶାରେ କରିବାକୁ ଥିବା ଧର୍ମଘଟରୁ ଓହରିଲା। ୧୦ ଟି ଜିଲାରେ ବସ ଧର୍ମଘଟ କରିବାକୁ ଡାକରା ଦେଇଥିଲା ସଙ୍ଘ। ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ଆସନ୍ତାକାଲି ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। କଳାହାଣ୍ଡି ଜିଲ୍ଲା ପାଇଁ ଚାଲିବ ଲକ୍ଷ୍ମୀ ବସ।

ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାର ୨୫ ଟି ସଙ୍ଘ ଆସନ୍ତା କାଲି ୨୪ ଘଣ୍ଟିଆ ବସ ଧର୍ମଘଟ କରିଥାନ୍ତେ। ଏଥିରୁ ଓହରିଗଲା ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ। କଳାହାଣ୍ଡି ଜିଲ୍ଲାରେ କେବଳ ପଞ୍ଚାୟତରୁ ବ୍ଲକକୁ ଚାଲିବ ଲକ୍ଷ୍ମୀ ବସ। ବ୍ଳକରୁ ଜିଲ୍ଲା ମୁଖ୍ୟାଳୟ କିମ୍ବା କଟକ ଭୁବନେଶ୍ୱର ଆସିବାର ନାହିଁ। ତେଣୁ ପଶ୍ଚିମ ଓଡ଼ିଶାରେ ପ୍ରସ୍ତାବିତ ଧର୍ମଘଟରୁ ଘରୋଇ ବସ ମାଲିକ ସଙ୍ଘ ଓହରିଛି। ଏ ସମ୍ପର୍କରେ କହିଛନ୍ତି  ଘରୋଇ ବସ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.