Below header

କେଉଁଠି ଲୁଚିଛନ୍ତି ମାନସ ସ୍ୱାଇଁ ମର୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା : ବିଜୟୱାଡାରେ ରେଡ୍ ପୂର୍ବରୁ ଖସାଇ ଦେଲେ ଭାଇ !

ଭଦ୍ରକ(କେନ୍ୟୁଜ): ଭଉଣୀ ଗଲେ କୁଆଡେ? କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ଗିରଫ ହୋଇଛନ୍ତି େଓ୍ଵବ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ରାଉତ । ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରୁ ତାକୁ ପୋଲିସ ଗିରଫ କରିଛି । ହେଲେ ଏବେ ବି ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଫେରାର ଅଛନ୍ତି । କୁହାଯାଉଛି ଭଉଣୀ ଶର୍ମିଷ୍ଠାକୁ ପରମେଶ୍ୱର ଖସେଇ ଦେଇଛି । ତା ସତ୍ୱେ ଶର୍ମିଷ୍ଠା ଓ ସହଯୋଗୀଙ୍କୁ ଧରିବା ପାଇଁ ପୁରା ଦମା ଲଗାଇ ଦେଇଛି ଭଦ୍ରକ ପୋଲିସର ୪ଟି ଟିମ୍‌ ।

ଏପଟେ ଗିରଫ ହୋଇଥିବା , ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଟେକ୍ନିକାଲ୍‌ ଡାଇରେକ୍ଟର ନିରଞ୍ଜନ ସେଠୀଙ୍କ ଆଇଫୋନକୁ , ଯାଞ୍ଚ ପାଇଁ ଷ୍ଟେଟ ଫରେନ୍‌ସିକ୍‌ ଲାବ୍‌କୁ ପଠାଯାଇଛି । ଏସବୁ ଭିତରେ ଏହି ମାମଲାରେ ଶର୍ମିଷ୍ଠା ରାଉତଙ୍କୁ ଆଗୁଆ ଜାମିନ ପାଇଁ ମନା କରି ଦେଇଛନ୍ତି ହାଇକୋର୍ଟ । ୪ ସପ୍ତାହ ମଧ୍ୟରେ ତଳକୋର୍ଟରେ ହାଜର ହେବାକୁ ଶର୍ମିଷ୍ଠାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଳକୋର୍ଟରେ ହାଜର ପରେ ନିୟମିତ ଜାମିନ ଆବେଦନ ପାଇଁ ପରାମର୍ଶ ଦେଇଛନ୍ତି । ଶର୍ମିଷ୍ଠା ଜାମିନ ଆବେଦନ କଲେ ତ୍ୱରିତ ଶୁଣାଣି ପାଇଁ ନିମ୍ନ ଅଦାଲତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଠି କହିରଖିବି ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଥିଲେ ଶର୍ମିଷ୍ଠା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.