ଆଗକୁ ୟୁକ୍ରେନ ଉପରେ ଜୈବିକ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିପାରେ ଋଷ : ଜୋ ବାଇଡେନ୍‌

ନୂଆଦିଲ୍ଲୀ : ଆଗକୁ ଜୈବିକ ଅସ୍ତ୍ର ! ଏହାରି ଭିତରେ ୟୁକ୍ରେନ-ରୁଷ ଯୁଦ୍ଧ ଆସି ୨୭ ଦିନରେ ପହଞ୍ଚିଲାଣି । ପୁଟିନ ସେନା ଏବେ ଚାରିଆଡେ ହମଲା କରୁଛି । କେବେ ଏୟାର ପୋର୍ଟ , କେବେ ଚର୍ଚ୍ଚ ତ ଆଉ କେତେବେଳେ ସପିଂ ମଲକୁ ଆକ୍ରମଣ କରି ଭୟଭିତ କରୁଛି । ଋଷ ହମଲାରେ ଅନେକ ସହର ଧ୍ୱସ୍ତବିଧ୍ୱସ୍ତ ହେଲାଣି । ଅନେକ କ୍ଷୟକ୍ଷତି ହେଲାଣି । ତାସତ୍ୱେ ଏହି ୨୭ ଦିନ ଭିତରେ ଋଷକୁ ଯୁଦ୍ଧରୁ ଯେତେ ସଫଳତା ମିଳିବା କଥା ମିଳି ପାରି ନାହିଁ ।

ଏଣୁ ଋଷ ଆଗକୁ ୟୁକ୍ରେନ ଉପରେ ରାସାୟନିକ, ନ ହେଲେ ଜୈବିକ ଆକ୍ରମଣ କରିପାରେ । ଏଭଳି କହିଛନ୍ତି ଜୋ ବାଇଡେନ୍‌ । ରାସାୟନିକ ଓ ଜୈବିକ ଅସ୍ତ୍ର ବ୍ୟବହାର ନେଇ ଋଷ ଚିନ୍ତା କରୁଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି । ଯଦି ଏଭଳି ହୁଏ ତେବେ ସଂଘାତିକ । ପାଶ୍ଚାତ୍ୟ ଦେଶ ଏହାର ଜବାବ ଦେବେ ବୋଲି ବାଇଡେନ୍‌ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.