କାହିଁକି ଅତି ଅମାନୁଷିକ ଭାବରେ ନାବାଳକକୁ ହତ୍ୟା କରାଗଲା ? ଏଯାଏ ଜଣା ପଡିନି ମର୍ଡର ମୋଟିଭ୍‌

ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ଏପଟେ ମଙ୍ଗଳା ମନ୍ଦିରକୁ ସିଲ କରିଛି ପ୍ରଶାସନ । ଗତ ୨୨ ତାରିଖ ଶନିବାର ରାତିରୁ ସୁବର୍ଣ୍ଣପୁର ଗାଁର ନାବାଳକ ସଞ୍ଜିତ ବିଶ୍ୱାଳ ଟୁସର ସ୍ଥିତ ମଙ୍ଗଳା କୋଠିରୁ ନିଖୋଜ ହେବା ଏବଂ ୨୮ ତାରିଖରେ ବାରେଣୀ ଜଙ୍ଗଲରୁ ମୃତଦେହ ମିଳିବା ପରେ ବଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ଅନୁଗୁଳ(କେନ୍ୟୁଜ୍): ଅନୁଗୋଳ ଆଠମଲ୍ଲିକରେ ନାବାଳକକୁ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମଙ୍ଗଳା କୋଠିର ମହିଳା ସାଧିକାଙ୍କ ସମେତ ୩ ପୁଅ ଗିରଫ ହୋଇଛନ୍ତି । ସେମାନେ ପୋଲିସ ଆଗରେ ବହୁ କଥା ସ୍ୱୀକାର କରିଛନ୍ତି । ତେବେ ଏଯାଏ ଜଣା ପଡିନି ମର୍ଡର ମୋଟିଭ୍‌ । କାହିଁକି ତାଙ୍କୁ ଅତି ଅମାନୁଷିକ ଭାବରେ ହତ୍ୟା କରାଗଲା ? ପ୍ରି-ପ୍ଲାନ୍‌ଡ ମର୍ଡର କି ? ସଞ୍ଜିତଙ୍କୁ ମାରିବା ପାଇଁ ମଙ୍ଗଳା କୋଠିରେ ହୋଇଥିଲା କି ଯୋଜନା ? ନରବଳି ନା ଆଉ କିଛି ରହସ୍ୟ ଲୁଚି ରହିଛି ? ରୀତାଞ୍ଜଳି ଓ ୩ ପୁଅ କାହିଁକି ସଞ୍ଜିତଙ୍କୁ ହତ୍ୟା କଲେ ? ଯଦି ବଳି ପାଇଁ ହତ୍ୟା ନୁହେଁ ତେବେ ପ୍ରକୃତ କାରଣ କଣ ? ମଙ୍ଗଳା କୋଠି ଭିତରେ ହତ୍ୟା ନା ଜଙ୍ଗଲରେ ? ସାଇଣ୍ଟିଫିକ୍‌ ତଥ୍ୟ ପ୍ରମାଣକୁ ଏକାଠି କରୁଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି ।

ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ଏପଟେ ମଙ୍ଗଳା ମନ୍ଦିରକୁ ସିଲ କରିଛି ପ୍ରଶାସନ । ଗତ ୨୨ ତାରିଖ ଶନିବାର ରାତିରୁ ସୁବର୍ଣ୍ଣପୁର ଗାଁର ନାବାଳକ ସଞ୍ଜିତ ବିଶ୍ୱାଳ ଟୁସର ସ୍ଥିତ ମଙ୍ଗଳା କୋଠିରୁ ନିଖୋଜ ହେବା ଏବଂ ୨୮ ତାରିଖରେ ବାରେଣୀ ଜଙ୍ଗଲରୁ ମୃତଦେହ ମିଳିବା ପରେ ବଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ପ୍ରଶାସନ ପକ୍ଷରୁ ମଙ୍ଗଳା ମନ୍ଦିରକୁ ସିଲ କରାଯିବା ସହ ଘଟଣାସ୍ଥଳରେ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.