ଭରତପୁର ଜିଏ କଲୋନୀରେ ଜଙ୍ଗଲୀ ହାତୀର ଆତଙ୍କ, ପାଚେରୀ ଭାଙ୍ଗିବା ସହିତ ଖେଳାଉଛି ଭୟର ବାତାବରଣ

ଭୁବନେଶ୍ୱର: ରାଜଧାନୀ ମୁହାଁ ହାତୀ । ଭୁବନେଶ୍ୱର ଉପକଣ୍ଠ ଭରତପୁରରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଭରତପୁର ଜିଏ କଲୋନୀରେ ଜଙ୍ଗଲୀ ହାତୀ ପଶି ଲୋକଙ୍କ ପାଚେରୀ ଭାଙ୍ଗି ଦେଇଥିବା ଖବର ସାମନାକୁ ଆସିଛି । ଯାହାଫଳରେ ଲୋକେ ଘରୁ ନବାହାରି ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି।

ତେବେ ଏନେଇ ଖବର ପାଇବାପରେ ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ବାରମ୍ବାର ଜନବସତି ଆଡ଼କୁ ହାତୀ ପଶି ଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.