ରାଜ୍ୟର ବିଭିନ୍ନ ସ୍ଥାନରେ ଧୀରେ ଧୀରେ ବଢୁଛି ଶୀତ, ଆଗାମୀ ୩ ଦିନ ମଧ୍ୟରେ ଆହୁରି କମିବ ରାତିର ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଖସୁଛି ପାରଦ । ବଢୁଛି ଶୀତ । ରାତିର ତାପମାତ୍ରା ଧିରେ ଧିରେ ହ୍ରାସ ପାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଥଣ୍ଡା ଅନୁଭୂତ ହେଲାଣି । ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ଆହୁରି କମିବ । ୨ରୁ ୩ ଡିଗ୍ରୀ ଯାଏ ତଳକୁ କମିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ପଡ଼ିଲାଣି।

କନ୍ଧମାଳ ଜିଲ୍ଲାର ଫୁଲବାଣୀ,ଦାରିଙ୍ଗିବାଡି, ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, ରାଇକିଆ ଆଦି ଅଞ୍ଚଳରେ ଦିନକୁ ଦିନ ଖସିବାରେ ଲାଗିଛି ପାରଦ । ତାପମାତ୍ରା ୧୦ରୁ ୧୫ ଡିଗ୍ରୀ ମଧ୍ୟରେ ରହୁଛି । ଶୀତ ସହ ଘନ କୁହୁଡି ବି ପଡୁଛି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ବି ଖସୁଛି ପାରଦ । ଧୀରେ ଧୀରେ ଶୀତ ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.