ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ, ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ବାସିନ୍ଦା
ବୁଢ଼ୀଠାକୁରାଣୀ ଛକରେ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ମହିଳା ମୃତ। ମୃତକଙ୍କ ପରିଚୟ ମିଳିନାହିଁ। ମୃତକ ମହିଳା ଫୁଲ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି।
ଅନୁଗୁଳ (କେନ୍ୟୁଜ): ବୁଢ଼ୀଠାକୁରାଣୀ ଛକରେ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ମହିଳା ମୃତ। ମୃତକଙ୍କ ପରିଚୟ ମିଳିନାହିଁ। ମୃତକ ଜଣକ ବୁଢ଼ୀଠାକୁରାଣୀ ମନ୍ଦିର ନିକଟରେ ଫୁଲ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି।
ମହିଳାଙ୍କ ମୁତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ଏନ.ଏଚ ୫୫ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଉଭୟ ପାର୍ଶ୍ଵରେ ବହୁ ଗାଡି ମଟର ଅଟକି ରହିଛି। ଅନୁଗୁଳ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।