ଧାମନଗର ପୋଷ୍ଟ ଅଫିସ ଛକ ନିକଟରେ ଅଭାବନୀୟ ଦୃଶ୍ୟ, ରାସ୍ତା କଡ଼ରେ ପ୍ରସବ କଲେ ମହିଳା

ଭଦ୍ରକ(କେନ୍ଯୁଜ୍): ରାସ୍ତା କଡ଼ରେ ମହିଳାଙ୍କ ପ୍ରସବ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଶେଷରେ ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ମୁତାବକ, ଧାମନଗର ପୋଷ୍ଟ ଅଫିସ ଛକ ନିକଟରେ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସେଠାରେ ସେ ଅଟକିଯାଇଥିଲେ । ଯାହାଫଳରେ ରାସ୍ତା କଡରେ ହିଁ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଏନେଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣାଇବା ପରେ ମେଡିକାଲ ତରଫରୁ ଷ୍ଟ୍ରେଚର ଯୋଗେ ମହିଳାଙ୍କୁ ମେଡିକାଲକୁ ନିଆଯାଇଥିଲା। ଉଭୟ ମା’ ଓ ସନ୍ତାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.