ପ୍ରେମିକା ସହ ସ୍ୱାମୀର ବିବାହ କରାଇଲେ ପତ୍ନୀ, ମାଲକାନଗିରି ମାଥିଲି ଅଞ୍ଚଳର ଘଟଣାକୁ ନେଇ ଚର୍ଚ୍ଚା

ମାଲକାନଗିରି (କେ ନ୍ୟୁଜ୍‌) : ସ୍ବାମୀ ସ୍ତ୍ରୀର ସମ୍ପର୍କ ଦୁନିଆର ଏମିତି ଏକ ବନ୍ଧନ ଯାହା ଭଲପାଇବା ଓ ବିଶ୍ବାସରେ ଗଢା। ସେହି ସମ୍ପର୍କରେ ଯଦି ଫାଟ ଆସେ ତେବେ ସବୁକିଛି ଚୁରମାର୍ ହୋଇଯାଇଥାଏ । ସୁନାର ସଂସାରକୁ ଭାଙ୍ଗିବାକୁ ଗୋଟିଏ ମିନିଟ୍ ବି ଲାଗିନଥାଏ । ବିଭିନ୍ନ କାରଣକୁ ନେଇ ବୁଝାମଣା ଅଭାବରୁ ପରସ୍ପର ଭିତରେ ଆରମ୍ଭ ହୋଇଥଏ ମନାନ୍ତର, ଶେଷରେ ଛାଡପତ୍ର କିମ୍ବା ଆତ୍ମହତ୍ୟାର ରୂପ ନେଇଥାଏ । କିନ୍ତୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାରେ ।

ନିଜ ସ୍ବାମୀଙ୍କୁ ପ୍ରେମିକା ସହ ବିବାହ କରାଇବା କଥା ଆପଣ ଫିଲ୍ମରେ ଦେଖିଥିବେ କିମ୍ବା କୌଣସି ଗପରେ ଶୁଣିଥିବେ । କିନ୍ତୁ ବାସ୍ତବରେ ଏପରି କରିବା ପାଇଁ ସେତିକି ଧ୍ବର୍ଯ୍ୟ ଆଉ ସାହସ ଦରକାର । ତେବେ ଏପରି କିଛି ସାହସିକତାର କାର୍ଯ୍ୟ କରି ଦେଖାଛନ୍ତି ମାଲକାନଗିରିର ଜଣେ ମହିଳା । ଯିଏ ନିଜ ସ୍ୱାମୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ବିବାହ କରାଇଛନ୍ତି । ଏପରି ଏକ କାମ କରି ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

marrage

ମହିଳା ଜଣଙ୍କ ମାଥିଲି ବ୍ଲକ କମାରପାଲ୍ଲୀର ଗାୟତ୍ରୀ କବାସୀ । ବିବାହ ପରେ ଗାୟତ୍ରୀ, ସ୍ୱାମୀ ରାମ କବାସୀଙ୍କର ଆଇତୀ ମାଡ଼କାମୀ ନାମକ ଜଣେ ମହିଳାଙ୍କ ସହ ପୂର୍ବରୁ ପ୍ରେମ ସଂପର୍କ ଥିବା କଥା ଜାଣିବାକୁ ପାଇଥିଲେ । ଏହି କଥା ଥାନାକୁ ମଧ୍ଯ ଯାଇଥିଲା । ରାମଙ୍କ ବିବାହ ହୋଇଯାଇଥିବାରୁ ସେ ଆରତୀଙ୍କୁ ବାହା ହେବେ କି ନାହିଁ ଦ୍ୱନ୍ଦ୍ୱରେ ଥିଲେ । ଏହି କଥା ଜାଣିବା ପରେ ଗାୟତ୍ରୀ ନେଇଥିଲେ ଏପରି ପଦକ୍ଷେପ । ନିଜ ସ୍ୱାମୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ବିବାହ କରିବାକୁ ଆରମ୍ଭ କରିଥିଲେ ଉଦ୍ୟମ । ହିନ୍ଦୁ ରୀତିନୀତି ଅନୁସାରେ ସିଦ୍ଧେଶ୍ୱର ମନ୍ଦିରରେ ସ୍ୱାମୀଙ୍କ ହାତ, ପ୍ରେମିକାର ହାତ ସହ ମିଶାଇ ଦେଇଥିଲେ । ପତ୍ନୀ ଗାୟତ୍ରୀଙ୍କ ଏପରି ମହାନ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.