Below header

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ

ସୁନ୍ଦରଗଡ଼ (କେନ୍ୟୁଜ): ହତ୍ୟା ପରେ ଫିଙ୍ଗିଦେଲେ । ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା ଟୀକାୟତ ପାଲି ଥାନାର ଦେବଗଡ଼ ଏବଂ ବଣାଇ ସୀମା ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ ହୋଇଥିଲା । ତାଙ୍କୁ ହତ୍ୟା ପରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୋଷାରି ଘୋଷାରି ନିଆଯାଇଥିବା ଜଣାପଡୁଛି । ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଜଙ୍ଗଲରେ ଫୋପାଡ଼ି ଦେଇଥିବା ସନ୍ଦେହ ହେଉଛି ।

ତେବେ କେଉଁ କାରଣରୁ ଏହି ହତ୍ୟା କାଣ୍ଡ ହୋଇଛି ତାହା ଜଣା ପଡ଼ିନାହିଁ । ମୃତକ ହେଲେ ଟିକାୟତ ପାଲି ଥାନାର ତିଳେଇବନି ନିକଟ କାଟେଇ ଗ୍ରାମର ପଠାଣି ଭୁଇଁଆ । ସ୍ୱାମୀଙ୍କ ମୃତ୍ୟୁ ପରେ ଏକ ମାତ୍ର ଶିଶୁ ପୁତ୍ରକୁ ଧରି ବିଭିନ୍ନ ସ୍ଥାନରେ ମୁଲ ଲାଗି ଚଳୁଥିଲେ । ମୃତଦେହ ଠାବ ପରେ ଘଟଣାସ୍ଥଳରେ ବଣାଇ sdpo, ପୋଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.