ଶ୍ରୀପଞ୍ଚମୀ ପୂର୍ବରୁ ରଥଯାତ୍ରା ପାଇଁ ପୁରୀ ଗଲା କାଠ, ନୟାଗଡ ବନଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ଯୋଗାଣ

ନୟାଗଡ (କେନ୍ୟୁଜ): ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ନିମନ୍ତେ ଆଜି ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ପଠାଯାଇଛି। ପାରମ୍ପରିକ ରୀତି- ନୀତି ଅନୁଯାୟୀ ପ୍ରଭୁ ମହାବୀରଙ୍କ ମନ୍ଦିର ସମ୍ମୁଖରେ କାଠବୋଝେଇ ତିନୋଟି ଟ୍ରକ ରଖାଯାଇଥିଲା। ଏଥିରେ ୩୩ ଖଣ୍ଡ ଧଉରା ଏବଂ ୭୨ ଖଣ୍ଡ ଅସନ କାଠ ଲଗ୍ ରହିଛି । ସେଥିମଧ୍ୟରୁ ଅସନ ୧୨ଫୁଟିଆ ୧୮ଖଣ୍ଡ ଏବଂ ୨୦ଫୁଟିଆ ୧୫ ଖଣ୍ଡ ରହିଛି । ସେହିପରି ଧଉରା ୧୨ଫୁଟିଆ ୪୪ ଖଣ୍ଡ ଏବଂ ୨୦ ଫୁଟିଆ ୨୭ ଖଣ୍ଡ କାଠ ରଖାଯିବା ପରେ ବିଶେଷ ପୂଜାର୍ଚ୍ଚନା ପରେ ଗାଡି ଗୁଡିକ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

ସେହିପରି ମଧ୍ୟାହ୍ନରେ ନୟାଗଡ ପୁରୁଣା ସହରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଡି.ଏଫ୍.ଓ ଏବଂ ଅନ୍ୟ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ପରେ ପୁରୀ ଅଭିମୁଖେ କାଠ ବୋଝେଇ ଟ୍ରକ୍ ବାହାରିବ । ପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ନିମନ୍ତେ ନୟାଗଡ ବନଖଣ୍ଡର ଦଶପଲ୍ଲା ବନାଞ୍ଚଳରୁ ଚଳିତବର୍ଷ ୭୪୭ ଖଣ୍ଡ କାଠ ଯୋଗାଇଦିଆଯିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ । ପରମ୍ପରା ଅନୂଯାୟୀ ସରସ୍ବତୀ ପୂଜା ପୂର୍ବରୁ ପ୍ରଥମ ରଥକାଠ ପୁରୀ ରଥଖଳାରେ ପହଞ୍ଚିବାପାଇଁ ନିୟମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.