ଆଉ ୫ ଦିନ ପରେ ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା: ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହାରଣା

ପୁରୀ(କେନ୍ୟୁଜ): ଆଉ ୫ ଦିନ ପରେ ଅର୍ଥାତ ଜୁଲାଇ ୧ରେ ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ବିଶ୍ୱକର୍ମା ମହାରଣାମାନେ ପ୍ରଭା କାମ ସାରି ରୂପକାରଙ୍କୁ ଦେବା ପରେ ସେଥିରେ ରୂପକାର ସେବକମାନେ କୀର୍ତ୍ତିମୁଖ ଓ ଉଭୟ ପାର୍ଶ୍ୱରେ ମଗରମୁଣ୍ଡ ଚିତ୍ର କରୁଛନ୍ତି । ବିଶ୍ୱକର୍ମା ମହାରଣା ରଥ ଉପରେ ଠାକୁରଙ୍କ ସିଂହାସନ ଉପରେ କନକମୁଣ୍ଡି କାମ ଚଳାଇଛନ୍ତି।
ରଥରେ ଅବସ୍ଥାନ ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଯେପରି ଓଦା ହେବ ନାହିଁ ସେଥିପାଇଁ କନକମୁଣ୍ଡରେ ପିତ୍ତଳ ଚାଦର ବୁଲାଇବା କାର୍ଯ୍ୟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଆଜି ଭୋଇ ସେବକମାନେ ରଥ ଚାଳି ଭାଙ୍ଗିବା ସହ ତେଣ୍ଟିଆ ସାହାଯ୍ୟରେ ତିନି ରଥର ୧୨ଟି ଦୁଆରଘଡା ସପ୍ତମ ହରିବୋଲ ପକାଇ ଉଠାଇଛନ୍ତି ।