ସିଏମ୍‌ସି ପକ୍ଷରୁ କଟକରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ନିରାକରଣ ଅଭିଯାନ ଆରମ୍ଭ, ପ୍ରତି ସପ୍ତାହରେ ପାଳନ ହେବ ୪ ଦିନ ଡ୍ରାଏ ଡେ

କଟକ(କେନ୍ୟୁଜ): ସିଏମ୍‌ସି ପକ୍ଷରୁ କଟକରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଆରମ୍ଭ ହୋଇଛି ନିରାକରଣ ଅଭିଯାନ । କଟକ ମେୟରଙ୍କ ଅଧକ୍ଷତାରେ ଡେଙ୍ଗୁ ମୁକାବିଲା ପାଇଁ ବୈଠକ ଅନୁଷ୍ଠିତ ହୋଇଛି । ପ୍ରତି ସପ୍ତାହରେ ୪ ଦିନ ଡ୍ରାଏ ଡେ ପାଳନ ନିୟମ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ସବୁ ଅଞ୍ଚଳରେ ପାଣି ଯେପରି ନ ଜମିବ , ସବୁ ସ୍ଥାନ ସଫା ରଖିବାକୁ ଗୁରୁତ୍ୱ ଦିଆଯିବ । ୱାର୍ଡର ବିଭିନ୍ନ ଅଞ୍ଚଳ ବୁଲି ଘରର ଆଖପାଖ ସ୍ଥାନରେ ପାଣି ଜମାଇ ନ ରଖିବା , ଦୀର୍ଘଦିନ ଧରି ପଡ଼ି ରହିଥିବା ଟାୟାର , ପ୍ଲାଷ୍ଟିକ ଭଳି ଅଦରକାରୀ ବସ୍ତୁକୁ ନଷ୍ଟ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବ । ପ୍ରତିଦିନ ଘରକୁ ଘର ବୁଲି ଡେଙ୍ଗୁ ରୋଗୀ ଅଛନ୍ତି କି ନାହିଁ ଆଶା କର୍ମୀ ଯାଞ୍ଚ କରିବେ ।

କେଉଁ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି କିମ୍ବା ଲକ୍ଷଣ ରହିଛି ତାହାର ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ୱାର୍ଡରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ମେୟର ମଧ୍ୟ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଛନ୍ତି । ଏ ନେଇ ବୈଠକରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆଯାଇଛି ବୋଲି କଟକ ମେୟର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.