ଅଭିନବ ଉପାୟରେ ଚୋରା ଚାଲାଣ: କୀଟନାଶକ ଔଷଧ ଟ୍ରକରୁ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଗୁଣପୁର(କେନ୍ୟୁଜ୍‌): ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସକୁ ସଫଳତା। ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ କୀଟନାଶକ ଔଷଧ ବୋଝେଇ ଟ୍ରକରୁ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ। ୩୨୬ ନମ୍ବର ଜାତୀୟ ରାଜପଥର ମାର୍ଦିଗୁଡା ଛକ ନିକଟରେ ପଦ୍ମପୁର ପୋଲିସର ଚଢାଉ ବେଳେ ଏହି ଗଞ୍ଜେଇ ଜବତ ହୋଇଛି।

ଏହି କେଶରେ ୨ଜଣ ଡ୍ରାଇଭର ଅଟକ ଅଛନ୍ତି। ଜବତ ଗଞ୍ଜେଇର ଅନୁମାନିକ ମୁଲ୍ଯ ୧୫ଲକ୍ଷ ଟଙ୍କା ବୋଲି ପଦ୍ମପୁର ପୋଲିସ ସୂଚନା ଦେଇଛି। ଟ୍ରକର ଡ୍ରାଇଭର ଓ ଅନ୍ଯ ଜଣକୁ ଗିରଫ କରାଯାଇଛି। ଗିରଫ ମାନେ ହେଲେ ୟସବିର ସିଂହ ଓ ପନ୍ନାଲାଲ। ଦୁହେଁ ଉତ୍ତରପ୍ରଦେଶର । ଏଥିରେ ଆଉ କୋଉଁମାନେ ଅଛନ୍ତି ସେନେଇ ଅଧିକ ତଦନ୍ତ ପରେ ଜଣା ପଡ଼ିବ ବୋଲି ପଦ୍ମପୁର DSP ରଶ୍ମିରଞ୍ଜନ ସେନାପତି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.