ମୋ ଛୁଆକୁ ମାରିଦେଲ କହି ରାସ୍ତାରେ ଡାକ୍ତରଙ୍କୁ ଆକ୍ରମଣ କଲା ଯୁବକ, ତୀବ୍ର ନିନ୍ଦା କଲେ କାର୍ଯ୍ଯରତ ଡାକ୍ତର

ନୂଆପଡା(କେନ୍ୟୁଜ୍): ନୂଆପଡା ଜିଲା ଖଡିଆଳ ଉପଖଣ୍ଡ ଡାକ୍ତରଖାନର ଇନଚାର୍ଜ ଡାକ୍ତର ଦୀନବନ୍ଧୁ ମହାନନ୍ଦଙ୍କୁ ଖଡିଆଳ ବ୍ଲକ ଛକ ନିକଟରେ ବିଚ ରାସ୍ତାରେ ଜଣେ ଯୁବକ ଗୋଡେଇ ଗୋଡେଇ ଚପଲରେ ମାଡମାରିବା ସହ ମରଣାନ୍ତକ ଆକ୍ରମଣ କରିଛି । ଏହି ଆକ୍ରମଣ   ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅପରପକ୍ଷେ, ବିଚ ରାସ୍ତାରେ ଜଣେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ କାର୍ଯ୍ଯରତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ତୀବ୍ର ନିନ୍ଦା କରିଛନ୍ତି। ଆଜି ଏହାର ପ୍ରତିବାଦରେ ଖଡିଆଳ ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ଯରତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଖଡିଆଳ ଥାନାକୁ ଘେରିବା ସହ ମାଡମାରିଥିବା ଯୁବକଙ୍କୁ ତୁରନ୍ତ  ଗିରଫ କରିବାକୁ ଦାବି କରିଛନ୍ତି।

doctor 2

ଗତକାଲି ଅପରାହ୍ନରେ ଖଡିଆଳ ଉପଖଣ୍ଡ ଡାକ୍ତରଖାନାର ଇନଚାର୍ଜ ଡାକ୍ତର ଦିନବନ୍ଧୁ ମହାନନ୍ଦ ଡାକ୍ତରଖାନାରୁ ନିଜର ଡ୍ୟୁଟି ସାରି  ସରକାରୀ ବାସଭବନକୁ ଫେରୁଥିଲେ । ଏହି ସମୟରେ ଖଡିଆଳ ବ୍ଲକ ଛକରେ ପୂର୍ବ ଯୋଜନା ମୁତାବକ ଜଗି ରହିଥିବା ଜଣେ ଯୁବକ ମୋ ପୁଅକୁ ମାରିଦେଲୁ ବୋଲି କହିବା ସହିତ ହଠାତ ଡାକ୍ତର ଦିନବନ୍ଧୁ ମହାନନ୍ଦଙ୍କୁ ଆକ୍ରମଣ କରିଥିଲେ । ଯୁବକ ଜଣକ ଚପଲରେ ଡାକ୍ତର ଦିନବନ୍ଧୁ ମହାନନ୍ଦଙ୍କୁ ଗୋଡେଇ ଗୋଡେଇ ମାଡମାରିଥିଲେ । ପରେ ଏକ ଧାରୁଆ ଅସ୍ତ୍ରରେ ଡାକ୍ତର ଦିନବନ୍ଧୁ ମହାନନ୍ଦଙ୍କ ବେକରେ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଯୁବକଙ୍କ ଆକ୍ରମଣରେ ଡାକ୍ତରଙ୍କ ବେକରେ ଆଘାତ ଲାଗିଛି ।

ଅପରପକ୍ଷେ, ଆକ୍ରମଣକାରୀ ଯୁବକ ଜଣକ ହେଲେ ଖଡିଆଳ ଥାନା ଅନ୍ତର୍ଗତ ବାରେଶବାହାଲି ଗାଁର ଜୁଧେ ଓ ମୁଗ୍ରି ବୋଲି ଜଣାପଡିଛି । ଏନେଇ ଡାକ୍ତର ଦିନବନ୍ଧୁ ମହାନନ୍ଦ ଖଡିଆଳ ଥାନାରେ ଆକ୍ରମଣକାରୀ ଯୁବକଙ୍କ ବିରୋଧରେ ଲିଖିତ ଏତଲା ଦେବା ସହ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଆଜି ଏହାର ପ୍ରତିବାଦରେ ଖଡିଆଳ ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ଯରତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଖଡିଆଳ ଥାନାକୁ ଘେରିବା ସହ ମାଡମାରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ନଚେତ ଦାବି ପୂରଣ ନହେଲେ ଆଗକୁ ସମୂହ କାର୍ଯ୍ଯବନ୍ଦ ଆନ୍ଦୋଳନ କରାଯିବ ବୋଲି ଖଡିଆଳ ଉପଖଣ୍ଡ ଡାକ୍ତଖାନାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷେ,ଏନେଇ ଖଡିଆଳ ଥାନା କେଶନଂ-292/2022ରେ ଏକ ମାମଲା ରୁଜୁ କରିବା ସହ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଯୁକକଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଖଡିଆଳ ଆଇଆଇସି ପ୍ରତିଶୃତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.