ମହିଳାଙ୍କୁ ଦୁଷ୍କର୍ମ ବେଳେ ପ୍ରତିବାଦ କରିବାରୁ ପଥରରେ ଛେଚି ଯୁବକଙ୍କୁ ହତ୍ୟା, ୨ଗିରଫ

ରାଉରକେଲା: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ପ୍ରତିବାଦ କରିବାରୁ ପ୍ରାଣ ହରାଇଲେ ଯୁବକ । ପଥରରେ ଛେଚି ଯୁବକଙ୍କୁ ମାରିଦେଲେ ଦୁଇ ଯୁବକ । ଏଭଳି ଏକ ଜଘନ୍ୟ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ । ଘଟଣାରେ ଦୁଇ ହତ୍ୟାକାରୀଙ୍କୁ ବାନ୍ଧିଛି ପୋଲିସ । ଗତ ଡିସେମ୍ବର ୨୬ ତାରିଖରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ସାରନଗରରେ ରହୁଥିବା ବିନୋଦ କୈବର୍ତ୍ତଙ୍କୁ ପାହାଡ଼ ଉପରେ ପଥରରେ ଛେଚି ହତ୍ୟା କରାଯାଇଥିଲା । ଘଟଣାସ୍ଥଳରେ ଦୁଷ୍କର୍ମ ଉଦ୍ୟମ ହେଉଥିବା ମହିଳା ମୁହଁ ଖୋଲିଲା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି ।

ବଳରାମ ଲୋହାର ଏବଂ ସଞ୍ଜୟ ବଢାଇକ ନାମକ ଦୁଇ ଯୁବକ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ବେଳେ ବିନୋଦ ସେହି ସମୟରେ ପାହଁଚି ବିରୋଧ । ମହିଳା ଜଣଙ୍କ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଦୁଷ୍କର୍ମ କରି ନପାରିବାରୁ ଉତ୍ୟକ୍ତ ହୋଇ ବଳରାମ ଓ ସଞ୍ଜୟ ମିଶି ପଥରରେ ଛେଚି କୈବର୍ତ୍ତଙ୍କୁ ହତ୍ୟା କରିଥିଲେ । ତେବେ ମୃତଦେହକୁ ଲୁଚେଇବା ସହ ପ୍ରମାଣ ନଷ୍ଟ ପାଇଁ ଗିରଫ ଅଭିଯୁକ୍ତଙ୍କ କିଛି ସାଙ୍ଗଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ପୋଲିସ ଏହାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.