Below header
Browsing Tag

elephant

କଟକ ଚୌଦ୍ୱାର ୧୭ ନମ୍ବର ଓ୍ଵାର୍ଡ ଧୂମାବତୀ ଲେନ୍‌ ଅଞ୍ଚଳରେ ହାତୀ ଉପଦ୍ରବ, ପାଚିଲା ଧାନ ଖାଇବା ସହ ନଷ୍ଟ କରୁଛନ୍ତି…

ଚୌଦ୍ୱାର: ନିଦ ହଜାଉଛନ୍ତି ହାତୀପଲ । କଟକ ଚୌଦ୍ୱାର ୧୭ ନମ୍ବର ଓ୍ଵାର୍ଡ ଧୂମାବତୀ ଲେନ୍‌ ଅଞ୍ଚଳରେ ହାତୀ ଉପଦ୍ରବ । ପାଚିଲା ଧାନ ଖାଇବାକୁ ହତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି । ଛତିଶାପାଟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଚାଷୀ ତାର  ବର୍ଷକର ଅମଳ ହରାଇଛି । ଆଜିକୁ…

ଢେଙ୍କାନାଳ କନ୍ଦରସିଂହ ଗାଁରେ ଅଭାବନୀୟ ଘଟଣା: ହାତୀ ଆକ୍ରମଣରେ ବାପା ମୃତ, ଅଳ୍ପକେ ବଞ୍ଚିଗଲା ପୁଅର ଜୀବନ

ଢେଙ୍କାନାଳ: ହାତୀ ଆକ୍ରମଣରେ ବାପା ମୃତ । ବଞ୍ଚିଗଲା ପୁଅର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଂହ ଗାଁରେ । ମୃତକ ହେଲେ ମଝିକା ଗାଁର ନିରଞ୍ଜନ ସ୍ୱାଇଁ । ସେ ନିଜ ପୁଅ ସହ ଧାନ ପେସେଇ ଫେରିବା ବାଟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ…

କଳାହାଣ୍ଡି ଲାଞ୍ଜିଗଡ଼ରେ ପୁଣି ଗଜରାଜଙ୍କ ଉପଦ୍ରବ: ଘର ଓ ବୋରୱଲ ଭାଙ୍ଗିବା ସହ ଧାନ,ମାଣ୍ଡିଆ ନଷ୍ଟ କଲେ ଜଙ୍ଗଲୀ…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବନବିଭାଗ ଅନ୍ତର୍ଗତ କୁଟିଙ୍ଗ ପଦର ଅଞ୍ଚଳରେ ଦେଖାଦେଇଛି ପୁଣି ଜଙ୍ଗଲୀ ହାତୀ ଉପଦ୍ରବ। ନିକଟସ୍ଥ ହାତୀଶାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଗୋଟି ହାତୀ ଆସି କୁଟିଙ୍ଗ ପଦର ଗ୍ରାମର ଡଲାପଡ଼ାରେ ଥିବା ରବି ମାଝୀଙ୍କ ଘର ଭାଙ୍ଗିବା ସହ ବାଡ଼ିରେ ଥିବା କଦଳୀ…

ଅଳ୍ପକେ ଟଳିଲା ଏକ ବଡ଼ ଦୁର୍ଘଟଣା: ହାତୀକୁ ଧକ୍କା ଦେଲା ପରେ ଲାଇନ୍‌ଚ୍ୟୁତ ହେଲା ପୁରୀ-ସୁରଟ ଏକ୍ସପ୍ରେସ୍‌ , ଦନ୍ତାର…

ସମ୍ବଲପୁର: ସମ୍ବଲପୁରର ହାତୀବାରି ଓ ମାନେଶ୍ୱର ଷ୍ଟେସନ୍ ମଧ୍ୟସ୍ଥ ଭବାନୀପାଲିରେ ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ‌ଏହାର ସମ୍ମୁଖ‌ ଇଞ୍ଜିନ୍‌ର ୬ଟି ଚକ ଲାଇନ୍‌ଚ୍ୟୁତ ହୋଇଯାଇଥିବା ଜଣାପଡିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ…

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀ ପଲ: ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ କରୁଛନ୍ତି ଉପଦ୍ରବ, ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ

କଟକ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀ ପଲ । ଧାନ କ୍ଷେତରେ ପଶି ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ । କଟକ ବନଖଣ୍ଡ ଡାଳିଯୋଡ଼ା ବନାଞ୍ଚଳ ଟାଙ୍ଗୀ ଚୌଦ୍ୱାର ଅଞ୍ଚଳରେ ଦେଖିବାକୁ ମିଳୁଛି ଏଭଳି ଦୈନନ୍ଦିନ ଘଟଣା । ବନ ବିଭାଗ ପକ୍ଷରୁ ସେଭଳି କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉନଥିବା ବେଳେ ଚାଷୀ…

ପଙ୍କ ପୋଖରୀରେ ଫସିଥିଲା ଟ୍ରାକ୍ଟର, ଗୋଟେ ଝଟକାରେ ଟାଣି ବାହାର କରିଦେଲା ହାତୀ, ଦେଖନ୍ତୁ ଭିଡିଓ

ଆପଣ ରାଜେଶ ଖାନ୍ନାଙ୍କ ଅଭିନୀତ ଫିଲ୍ମ ‘ହାତୀ ମେରୋ ସାଥି’ ନିଶ୍ଚିତ ଦେଖିଥିବେ। ସେହି ଫିଲ୍ମରେ ଅଭିନେତ୍ରୀ ତନୁଜାଙ୍କ ଗାଡି ରାସ୍ତାରେ ଖରାପ ହେବା ପରେ କିପରି ହାତୀ ଟାଣି ଟାଣି ନେଉଛି। ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଭିଡିଓକୁ ଛତିଶଗଡର IPS ଅଫିସର ଦୀପାଂଶୁ…

ଘର ଭାଙ୍ଗୁଛନ୍ତି ଓ ଫସଲ ନଷ୍ଟ କରୁଛନ୍ତି ୪୨ଟି ବଣୁଆ ହାତୀ, ଭୟରେ ସୁବର୍ଣ୍ଣପୁର ବିନିକା ଅଞ୍ଚଳ ବାସିନ୍ଦା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ହାତୀ ଉପଦ୍ରବ । ୪୨ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଏକର ଏକର ଚାଷ ନଷ୍ଟ କରୁଛନ୍ତି ହାତୀ । ଅମଳ ସମୟରେ ହାତୀ ଚାଷ ନଷ୍ଟ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ । ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି…

ଢେଙ୍କାନାଳ ବନଖଣ୍ଡ ଅଧିନ ଘଟିପିସି ସେକ୍ସନରେ ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅଧିନ ଘଟିପିସି ସେକ୍ସନରେ ହାତୀ ଆକ୍ରମଣରେ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଚାଷୀ ଜଣଙ୍କ ବୁଧେଇବେରେଣୀ ଗ୍ରାମର ଚଇନ ସାହୁ। ନିଜ ଜମିର ଫସଲ ଜଗିବାକୁ ଯାଇ ଦନ୍ତା  ହାବୁଡ଼ରେ ପଡିଥିଲେ ଚାଷୀ ଚଇନ ସାହୁ । ଗତ ସପ୍ତାହରେ ଗଁଦିଆ ଅଞ୍ଚଳରେ…

ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀର ମୃତ୍ୟୁ । ମୁଜାଗଡ଼ ବନ୍ୟାଞ୍ଚଳ ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟରେ ମାଈ ହାତୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି । ହାତୀର ବୟସ ୫ ବର୍ଷ ହେବ ବୋଲି…

ଚୌଦ୍ୱାରରେ ଅଘଟଣ: ଧାନ କଟାଳିଙ୍କୁ ଦଳି ଦେଲା ହାତୀ

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଥାନା ନିକଟ ଯାଜଭୈରବ ନୂଆଗାଁ ସ୍ଥିତ ଭାରଣ୍ଡି ଠାରେ ଅଘଟଣ । ଜଣେ ଧାନ କଟାଳିଙ୍କୁ ଦଳି ଦେଲା ।ହାତୀ। ଘଟଣା ସ୍ଥଳରେ ଧାନ କଟାଳି ମୃତ । ମୃତକ ଜଣକ ହେଉଛନ୍ତି, ବୁଢା଼ଳିଙ୍ଗ ଗ୍ରାମର ରତ୍ନାକର ବେହେରା। ମିଳିଥିବା ସୂଚନା ମୁତାବକ, ଭୋର ସମୟରେ ୧୨ଟି ହାତୀ…

ଢେଙ୍କାନାଳ ହିନ୍ଦୋଳ ରେଞ୍ଜ କଡଲା ଗାଁରେ ହାତୀ ମୃତ୍ୟୁ ମାମଲା, ୨ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କଡଲା ଗ୍ରାମରେ ଗତ ୩୦ ତାରିଖ ହାତୀ ମୃତ୍ୟୁ ଘଟଣାରେ ଦୁଇ ଶିକାରୀକୁ ବନ ବିଭାଗ  ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଗିରଫ ଦୁଇ ଜଣ ସେହି ଗ୍ରାମର ଦିଲ୍ଲୀପ ସେଠୀ ଓ…

ଗଞ୍ଜାମ ଲାଉଗଡ ଗାଁରେ ଅଭାବନୀୟ ଘଟଣା, କାଦୁଅରେ ପଡି ଦେଢ ମାସର ହାତୀ ଛୁଆର ମୃତ୍ଯୁ

ସୋରଡା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଲାଉଗଡ ଗ୍ରାମ ନିକଟ ଧାନ କ୍ଷେତରେ ଗତକାଲି କାଦୁଅରେ ପଡି ଏକ ଦେଢ ମାସର ହାତୀ ଛୁଆ ମୃତ୍ଯୁବରଣ କରିଥିବା ଜଣାପଡିଛି । ଏକ ୧୩ ଟିକିଆ ହାତୀ ପଲ ଧାନ ଖାଉଥିବ ସମୟରେ ଏକ ହାତୀ ଛୁଆ କାଦୁଅରେ ଲାଗିଗଲା । ହାତୀ ମାନଙ୍କ ରଡି ଶୁଣି ଗ୍ରାମବାସୀ ଏବଂ ବନ…